Advertisment

ଚା’ରେ ନିଶା ଦେଇ ଲୁଟିଲେ, ରାସ୍ତାରେ ଫୋପାଡ଼ି ପଳାଇଲେ

ଅଜଣା ଲୋକଙ୍କ ସହ ବନ୍ଧୁତା କରୁଛନ୍ତି, ନିଜ ଲୋକ ପରି ବ୍ୟବହାର କରୁଛନ୍ତି, ଏହାପରେ ବିଶ୍ୱାସରେ ବିଷ ଦେଉଛନ୍ତି। ଅର୍ଥାତ ଚା’ ପିଇବାକୁ କହି ସେଥିରେ ନିଶା ଦେଇ ଲୁଟୁଛନ୍ତି ଲୁଟେରା।

Tea

Tea

Advertisment

ଲୁଟ୍‌ କରିବାର ନୂଆ ତରିକା ବାହାର କରିଛନ୍ତି ଲୁଟେରା। ଅଜଣା ଲୋକଙ୍କ ସହ ବନ୍ଧୁତା କରୁଛନ୍ତି, ନିଜ ଲୋକ ପରି ବ୍ୟବହାର କରୁଛନ୍ତି , ଏହାପରେ ବିଶ୍ୱାସରେ ବିଷ ଦେଉଛନ୍ତି। ଅର୍ଥାତ ଚା’ ପିଇବାକୁ କହି ସେଥିରେ ନିଶା ଦେଇ ଦେଉଛନ୍ତି। ବ୍ୟକ୍ତିଜଣକ ଅଚେତ ହେବା ପରେ ତାଙ୍କଠୁ ସବୁ ଲୁଟି ଫେରାର ହୋଇ ଯାଉଛନ୍ତି। ଏପରି ୨ଟି ଘଟଣା ଗତକାଲି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଳକରେ ଦେଖିବାକୁ ମିଳିଛି।

Advertisment

ଲୁଟ୍‌ର ଶିକାର ୨ ଜଣ ହେଲେ ଆନନ୍ଦପୁର ଥାନା ମୁଗୁପୁର ଗାଁର ଯୁଧିଷ୍ଟିର ଜେନା ଓ ହାଟଡିହି ବ୍ଲକ ସୋସୋଗାଁର ଶେଖ ରଜାକ । ଯୁଧିଷ୍ଟିର ଜେନା ଜଣେ ଛେଳି ବ୍ୟବସାୟୀ ହୋଇଥିବା ବେଳେ ଶେଖ ରଜାକ ଜଣେ ଫେରାବାଲା। ଉଭୟଙ୍କୁ ଲୁଟେରା ଚା’ରେ ନିଶା ଦେଇ ଲୁଟି ନେଇଥିବା ବେଳେ ସେମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଲୁଟେରାଙ୍କ ପତ୍ତା ମିଳିପାରିନି।

ଯୁଧିଷ୍ଠିର ଜେନା ଛେଳି ବିକ୍ରି କରିବାକୁ ଗତକାଲି ଫକିରପୁର ହାଟକୁ ଯାଇଥିଲେ। ସେଠାରେ କିଛି ଅଚିହ୍ନା ଲୋକେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। କଥାବାର୍ତ୍ତା ସମୟରେ ସେମାନେ ଯୁଧିଷ୍ଠିରଙ୍କୁ ଚା’ ପିଇବାକୁ ଡାକିଥିଲେ। ସମସ୍ତେ ଚା’ ପିଇଥିବା ବେଳେ ଯୁଧିଷ୍ଟିର ସଂଜ୍ଞାହୀନ ହୋଇ ପଡ଼ିଥିଲେ।  ଲୁଟେରାମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଫୋପାଡ଼ିବା ସହ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା, ମୋବାଇଲ ଓ ଛେଳି ନେଇ ପଳାଇଥିଲେ। ଯୁଧିଷ୍ଠିର ଅଚେତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି।

Advertisment

ସେହିଭଳି ହାଟଡିହି ବ୍ଲକ ସୋସୋଗାଁର ଶେଖ ରଜାକ ନାମକ ବ୍ୟକ୍ତି ଗତକାଲି ଫେରି କରିବାକୁ ଯାଇଥିଲେ। ବାଟରେ କେହି ଦୁର୍ବୃତ୍ତ ତାଙ୍କୁ ଚା’ରେ ନିଶା ଦେଇ ଟଙ୍କା ସହିତ ସମସ୍ତ ସାମଗ୍ରୀ ଲୁଟି ନେବା ପରେ ଆନନ୍ଦପୁର ଥାନା ମୋଚିନ୍ଦା ନିକଟରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶେଖ ରଜାକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏହାପରେ ତାଙ୍କୁ ସେମାନେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ଆନନ୍ଦପୁର ମେଡିକାଲରେ ଉଭୟ ଗତକାଲିଠୁ ଚିକିତ୍ସିତ ଥିବା ବେଳେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋସ୍‌ ଫେରିନାହିଁ। ପୁଲିସ୍‌ ଉଭୟ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe