Advertisment

ପୁଅକୁ ବଞ୍ଚାଇବାକୁ ଯାଇ ବାପାର ମୃତ୍ୟୁ

ମୃତକ ହେଉଛନ୍ତି ଲାଲ ବିରୁଆ। ତାଙ୍କର ୭ ବର୍ଷର ପୁଅ କୃଷ୍ଣ ବିରୁଆ ଆହତ ହୋଇଛନ୍ତି। ତେବେ ସେ ବିପଦମୁକ୍ତ ଅଛନ୍ତି।

author-image
Jitendra Garnayak
DeadBody

DeadBody

ପୁଅକୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ନିଜ ଜୀବନ ହରାଇଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ପିଏଚଡି ରୋଡ୍‌ ବାଖଲହଟିଂ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା।

Advertisment

ମୃତକ ହେଉଛନ୍ତି ଲାଲ ବିରୁଆ। ତାଙ୍କର ୭ ବର୍ଷର ପୁଅ କୃଷ୍ଣ ବିରୁଆ ଆହତ ହୋଇଛନ୍ତି। ତେବେ ସେ ବିପଦମୁକ୍ତ ଅଛନ୍ତି।

ଲୁଗା ଶୁଖାଇବା ପାଇଁ ଲାଲ ବିରୁଆଙ୍କ ଘର ଅଗଣାରେ ଏକ ତା’ର ବନ୍ଧା ହୋଇଛି। ସେହି ତାରରେ କୌଣସି କାରଣ ବଶତଃ ଘରକୁ ଆସିଥିବା ସର୍ଭିସ ତାର ଲାଗିଯାଇଥିବାରୁ ସେଥିରେ ବିଦ୍ୟୁତ୍ ପ୍ରବାହିତ ହେଉଥିଲା। ଏ ସଂପର୍କରେ ପରିବାରର କୌଣସି ସଦସ୍ୟ ଜାଣିପାରି ନଥିଲେ। କୌଣସି କାରଣରୁ ଲାଲ ବିରୁଆଙ୍କ ୭ ବର୍ଷର ପୁଅ ଲୁଗା ଶୁଖାଇବା ପାଇଁ ଉଦ୍ଦିଷ୍ଟ ଉକ୍ତ ତାର ସଂସ୍ପର୍ଶରେ ଆସିଯିବାରୁ ତାଙ୍କୁ ବିଦ୍ୟୁତ୍ ସକ୍ ଲାଗିଥିଲା। ସେ ଉକ୍ତ ତାରରେ ଲାଖି ରହିଥିବା ଦେଖି ଲାଲ ବିରୁଆ ତୁରନ୍ତ ତାଙ୍କୁ ଭିଡ଼ି ଆଣିଥିଲେ। ଫଳରେ କୃଷ୍ଣଙ୍କ ଜୀବନ ବଞ୍ଚି ଯାଇଥିଲା। କିନ୍ତୁ ସେ ମଧ୍ୟ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ସୂଚନା ଅନୁଯାୟୀ, ଲୁଗା ଶୁଖା ତାରକୁ ଯେଉଁ ଗଛରେ ବନ୍ଧା ଯାଇଥିଲା ସେହି ଗଛ ଦେଇ ଘରକୁ ବିଦ୍ୟୁତ୍ ସର୍ଭିସ ତାର ମଧ୍ୟ ଆସିଥିଲା।

Deadbody