Advertisment

୨ ଦିନ ହେଲା ମିଳୁନି ନାବାଳକର ପତ୍ତା, ବଳି ସନ୍ଦେହରେ ତାତିଲେ ଲୋକେ

ଆନନ୍ଦପୁର(ମୁନା ସିଂ): ୨ ଦିନ ହେବ ୭ବର୍ଷର ପୁଅ ନିଖୋଜ । ମିଳୁନି ପତ୍ତା।  ତେବେ ନିଖୋଜ ବାଳକର ସାର୍ଟ ମିଳିଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହରେ ଦେଖାଦେଇଛି ପ୍ରବଳ ଉତ୍ତେଜନା। ଏପରିକି ବଳି ସନ୍ଦେହରେ ବ୍ୟାପକ ଭଙ୍ଗାରୁଜା ସହ ଠିକା ସଂସ୍ଥାର ମେସିନରେ ନିଆଁ ଲଗାଇ ଦେଲେ ଗ୍ରାମବାସୀ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ବିଦ୍ୟାଧରପୁରରେ ଘଟିଛି। ନିଖୋଜ ନାବାଳକ ହେଲେ ବିଦ୍ୟାଧରପୁର ଖଣି ବଜାର ସାହିର […]

author-image
Niharika Rout
୨ ଦିନ ହେଲା ମିଳୁନି ନାବାଳକର ପତ୍ତା, ବଳି ସନ୍ଦେହରେ ତାତିଲେ ଲୋକେ

missing

ଆନନ୍ଦପୁର(ମୁନା ସିଂ): ୨ ଦିନ ହେବ ୭ବର୍ଷର ପୁଅ ନିଖୋଜ । ମିଳୁନି ପତ୍ତା।  ତେବେ ନିଖୋଜ ବାଳକର ସାର୍ଟ ମିଳିଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହରେ ଦେଖାଦେଇଛି ପ୍ରବଳ ଉତ୍ତେଜନା। ଏପରିକି ବଳି ସନ୍ଦେହରେ ବ୍ୟାପକ ଭଙ୍ଗାରୁଜା ସହ ଠିକା ସଂସ୍ଥାର ମେସିନରେ ନିଆଁ ଲଗାଇ ଦେଲେ ଗ୍ରାମବାସୀ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ବିଦ୍ୟାଧରପୁରରେ ଘଟିଛି। ନିଖୋଜ ନାବାଳକ ହେଲେ ବିଦ୍ୟାଧରପୁର ଖଣି ବଜାର ସାହିର ବିଜୟ ପୁର୍ତିଙ୍କ ୭ବର୍ଷର ନାବାଳକ ପୁଅ ଦିବାକର ପୁର୍ତି ।

Advertisment

[caption id="attachment_716304" align="aligncenter" width="650"]tension situatiion ଉତ୍ତ୍ୟକ୍ତ ଲୋକେ ସ୍କୁଲରେ ପଶି ଭଙ୍ଗାରୁଜା କରିଛନ୍ତି।[/caption]

ଗତ ବୁଧବାରଠାରୁ ଗାଁର ବିଜୟ ପୁର୍ତିଙ୍କ ୭ବର୍ଷର ପୁଅ ଦିବାକର ନିଖୋଜ ଥିଲା । ଅନେକ ଖୋଜାଖୋଜି ପରେ ମଧ୍ୟ ତା’ର କୌଣସି ସଂନ୍ଧାନ ମିଳି ନ ଥିଲା । ତେବେ ଗତକାଲି ସଂନ୍ଧ୍ୟାରେ ସ୍ଥାନୀୟ ଏକ ଇଂରାଜୀ ମାଧ୍ୟମିକ ସ୍କୁଲରୁ ଦିବାକର ପିନ୍ଧିଥିବା ସାର୍ଟ ମିଳିଥିଲା  । ହେଲେ ଦିବାକରଙ୍କ କୌଣସି ପତ୍ତା ମିଳି ନାହିଁ ।

Advertisment

ସେହି ସ୍ଥାନରେ ମଧ୍ୟ ଏକ ଘରୋଇ କମ୍ପାନି କେନାଲ କାମ କରୁଥିବାରୁ ବାଳକଟିକୁ ଠିକା ସଂସ୍ଥା ଦ୍ୱାରା ବଳି ଦିଆଯାଇଥିବା ସନ୍ଦେ ପ୍ରକାଶ ପାଇଛି। ଏହି ଖବର ପ୍ରଚାରିତ ହେବା ପରେ ଗତ ରାତିରେ ଶତାଧିକ ଗ୍ରାମବାସୀ ସଂପୃକ୍ତ ସ୍କୁଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାପରେ ସମ୍ପୃକ୍ତ କମ୍ପାନୀ ପରିସରକୁ ଯାଇ ବ୍ୟାପକ ଭଙ୍ଗାରୁଜା କରିବା ସହ ଲକ୍ଷାଓକ ଟଙ୍କାର ମେସିନରେ ନିଆଁ ଲଗାଇ ଦେଇଛନ୍ତି।

[caption id="attachment_716305" align="aligncenter" width="650"]publive-image ଉତ୍ତ୍ୟକ୍ତ ଲୋକ କମ୍ପାନୀ ପରିସରରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି।[/caption]

ପୁଲିସ୍‌ ଗତକାଲି ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ହେଲେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଏନେଇ ଗତରାତିରେ ନିଖୋଜ ନାବାଳକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏହାପରେ ଆଜି ଟିମ୍‌ ପହଞ୍ଚି ତଦନ୍ତ କରୁଛି। ତେବେ ବଳି ସନ୍ଦେହକୁ ଥାନାଧିକାରୀ ଖଣ୍ଡନ କରିବା ସହ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ରେଡ କରାଯାଉଥିବା କହିଛନ୍ତି।