Advertisment

ହାତଗୋଡ଼ ବାନ୍ଧି ଦୁଷ୍କର୍ମ କଲେ, ପଥରରେ ଛେଚିଲେ

କେନ୍ଦୁଝର(ପ୍ରଣୟ ପାଣି): ଏକୁଟିଆ ଶୌଚ ପାଇଁ ଯାଇଥିବା ନାବାଳିକାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ବୟସ୍କ ବ୍ୟକ୍ତି। ଆଖପାଖରେ କେହି ନ ଥିବା ସୁଯୋଗରେ ଘଟାଇଲେ ଅମାନୁଷିକ କାଣ୍ଡ ।  ୧୦ ବର୍ଷୀୟା ନାବାଳିକାଟିର ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିବା ପରେ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ ବି କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତର ତଲାସି ଆରମ୍ଭ କରିଛି ପୁଲିସ୍‌। ଏପରି ହୃଦୟ ବିଦାରକ  ଘଟଣା […]

author-image
Niharika Rout
ହାତଗୋଡ଼ ବାନ୍ଧି ଦୁଷ୍କର୍ମ କଲେ, ପଥରରେ ଛେଚିଲେ

minor girl

କେନ୍ଦୁଝର(ପ୍ରଣୟ ପାଣି): ଏକୁଟିଆ ଶୌଚ ପାଇଁ ଯାଇଥିବା ନାବାଳିକାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ବୟସ୍କ ବ୍ୟକ୍ତି। ଆଖପାଖରେ କେହି ନ ଥିବା ସୁଯୋଗରେ ଘଟାଇଲେ ଅମାନୁଷିକ କାଣ୍ଡ ।  ୧୦ ବର୍ଷୀୟା ନାବାଳିକାଟିର ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିବା ପରେ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ ବି କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତର ତଲାସି ଆରମ୍ଭ କରିଛି ପୁଲିସ୍‌। ଏପରି ହୃଦୟ ବିଦାରକ  ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ୧୫ ନମ୍ବର ୱାର୍ଡରେ ଘଟିଛି।

Advertisment

୧୫ ନମ୍ବର ୱାର୍ଡର ଜନୈକା ୧୦ ବର୍ଷର ନାବାଳିକାଜଣକ ଗତକାଲି ଅପରାହ୍ନରେ ଘର ପାଖ ଜଙ୍ଗଲକୁ ଏକୁଟିଆ ଯାଇଥିଲା। ବହୁ ସମୟ ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କଲେ। ଝିଅ ବେହୋସ ହୋଇ ଜଙ୍ଗଲରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାକୁ ବଡବିଲ ଡାକ୍ତରଖାନା ନେଇଥିବା ଗ୍ରାମବାସୀ ପରିବାର ଲୋକଙ୍କୁ ଜଣାଇଲେ। ପରିବାର ଲୋକେ ତୁରନ୍ତ ମେଡିକାଲରେ ପହଞ୍ଚି ଝିଅ ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ତାକୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲ ନେଇ ଯାଇଥିଲେ।

ଚେତା ଫେରିବା ପରେ ଝିଅଟି ନିଜ ଉପରେ ଘଟିଥିବା ସବୁ ଅମାନୁଷିକ କାଣ୍ଡ ପରିବାର ଲୋକଙ୍କ ସମ୍ମୁଖରେ କହିଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନାବାଳିକାଜଣକ ଅଭିଯୁକ୍ତକୁ ଚିହ୍ନି ପାରି ନ  ଥିବା ବେଳେ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ ସହ ପଚରାଉଚରା ଆରମ୍ଭ କରିଛି ପୁଲିସ୍‌।

Advertisment