Advertisment

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷକ ଗୁରୁତର

ରାତିରେ କେହି ଦୁର୍ବୃତ୍ତ କବାଟ ଭାଙ୍ଗି ଶିକ୍ଷକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
 Teacher

Teacher

Advertisment

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ରଗଡ଼ା ସାହିରେ ଏହି ଘଟଣା ଘଟିଛି। ଆହତ ଶିକ୍ଷକ ଜଣଙ୍କ ହେଲେ ଛାମୁଣ୍ଡା ଗ୍ରାମର ଛବିଲାଲ ମହାକୁଡ଼। ସେ ରଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ଗୁରୁତର ଶିକ୍ଷକ ଛବିଲାଲଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଗୋଡ଼ରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ରଗଡ଼ା ନିକଟରେ ଥିବା ସତେଇଭଞ୍ଜ ଗାଁରେ ଯାତ୍ରା ହେଉଥିଲା। ଛବିଲାଲ ଯାତ୍ରା ଦେଖିବାକୁ ଯାଇଥିଲେ। ରାତି ବହୁତ ହୋଇଯାଇଥିବାରୁ ସେ ଘରକୁ ନ ଫେରି ବିଦ୍ୟାଳୟରେ ଶୋଇ ପଡ଼ିଥିଲେ। ତେବେ ରାତିରେ କେହି ଦୁର୍ବୃତ୍ତ କବାଟ ଭାଙ୍ଗି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଛବିଲାଲ ଗୁରୁତର ଅବସ୍ଥାରେ ସ୍କୁଲ ବାହାରେ ଥିବା ଏକ ଗଛ ମୂଳରେ ପଡ଼ିଥିବା ଆଜି ସକାଳେ ଗ୍ରାମବାସୀ ଦେଖିଥିଲେ। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ତେବେ କିଏ ଓ କାହିଁକି ଛବିଲାଲଙ୍କୁ ଆକ୍ରମଣ କଲା ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Odisha Police Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe