Advertisment

‘ଏସ୍‌ପି ଥିବା ଯାଏ ତଦନ୍ତ ନିରପେକ୍ଷ ହୋଇପାରିବ ନାହିଁ’

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ଆଜି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାର ନେଇ ଏହି ବୋମା ମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି। ତେବେ ପୁଲିସର ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ମୋହନ ମାଝୀ। ଅଭିଯୁକ୍ତ କାହାରିକୁ ମୋହନ ଚିହ୍ନି ନ ଥିବା ବେଳେ ତାଙ୍କ ସହ ଆର୍ଥିକ କାରବାର […]

author-image
Ranjit Kumar Jena
‘ଏସ୍‌ପି ଥିବା ଯାଏ ତଦନ୍ତ ନିରପେକ୍ଷ ହୋଇପାରିବ ନାହିଁ’

mohan-majhi1

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ଆଜି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାର ନେଇ ଏହି ବୋମା ମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି। ତେବେ ପୁଲିସର ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ମୋହନ ମାଝୀ।

Advertisment

ଅଭିଯୁକ୍ତ କାହାରିକୁ ମୋହନ ଚିହ୍ନି ନ ଥିବା ବେଳେ ତାଙ୍କ ସହ ଆର୍ଥିକ କାରବାର ଓ ବ୍ୟକ୍ତିଗତ ଶତ୍ରୁତା ଆସିଲା କେଉଁଠୁ ବୋଲି ମୋହନ ପ୍ରଶ୍ନ କରିଛନ୍ତି। ଘଟଣାର ମାଷ୍ଟର ମାଇଣ୍ଡକୁ ଘଣ୍ଟ ଘୋଡ଼ାଇବାକୁ ପୁଲିସ ପ୍ରୟାସ କରୁଥିବା ବେଳେ ଅଭିଯୁକ୍ତ ମାନଙ୍କର ଲାଏ ଡିଟେକ୍ସନ ଦାବି କରିଛନ୍ତି ମୋହନ। ବର୍ତ୍ତମାନର ଏପସିଙ୍କ ସମୟରେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି କହିବା ସହ ଏସପିଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି ବିଧାୟକ। ଏହାସହ ସହ ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ଘଟଣାର ମାଷ୍ଟର ମାଇଣ୍ଡ ତଥା ମୋହନ ଯାହାଙ୍କ ନାମରେ ଏଫଆଇଆରରେ ଉଲ୍ଲେଖ କରିଥିଲେ, ତାଙ୍କୁ ତଦନ୍ତ ପରିସରକୁ ଆଣିନଥିବା ବେଳେ ଏବେ ସେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି। ଏହା ସହ ଯେଉ ୫ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କୁ ଚିହ୍ନଟ ପାଇଁ ମୋହନଙ୍କୁ କିମ୍ବା ତାଙ୍କ ସୁରକ୍ଷା କର୍ମୀଙ୍କୁ ଡାକି ନାହାନ୍ତି। ତେଣୁ ପୁଲିସର ଏପରି ତଦନ୍ତକୁ ମୋହନ ଆଗ୍ରହ କରିବା ସହ ଘଟଣାର ଘଣ୍ଟ ଘଉଡ଼ାଇବା ଥିବା ମୋହନ ଅଭିଯୋଗ କରିଛନ୍ତି।

Advertisment

ଅକ୍ଟୋବର ୧୦ ତାରିଖ ରବିବାର ଦିନ ସଦର ବିଧାୟକ ମୋହନ ମାଝୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ମଣ୍ଡୁଆ ଆରଡେଇ ପୋଲ ନିକଟରେ ତାଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା। ବୋମାମାଡ଼ରେ ବିଧାୟକ ଏବଂ ଗାଡ଼ିରେ ଥିବା ସୁରକ୍ଷା କର୍ମୀ ସମେତ ଅନ୍ୟମାନେ ସୁରକ୍ଷିତ ଥିଲେ। ଏବାବଦରେ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏବଂ ପୁଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କର ସିସିଟିଭି ଫୁଟେଜ୍ ଜାରି କରାଯାଇଥିଲା।

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ପରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଗାନ୍ଧି ଛକରେ ହୋଇଥିବା ରାସ୍ତା ରୋକରେ ବିଜେପିର ୯ ଜଣ ବିଧାୟକ ସାମିଲ ହୋଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହ ଏଥିରେ ଜଣେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ସତ୍ୟ ଉନ୍ମୋଚନ ପାଇଁ ବିଜେଡି ମଧ୍ୟ ଦାବି ରଖିଥିଲା।

ଗତକାଲି ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ବୋମାମାଡ଼ ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଥିଲେ। ଶେଷରେ ଆଜି କେନ୍ଦୁଝର ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର।