Advertisment

ଝୁଲି ପଡ଼ିଲେ ଜାତୀୟ ସ୍ତରର ଖୋଖୋ ଖେଳାଳି, କାରଣ ଅସ୍ପଷ୍ଟ

ଖୋଖୋ ଖେଳି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ପ୍ରତିଭାବନ୍‌ ଖେଳାଳି ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୌଣସି କାରଣରୁ ସେ ନିଜ ଶୋଇବା ଘରେ ବେକରେ ରସି ଲଗାଇ ଝୁଲି ପଡିଥିଲେ।

author-image
Manoranjan Sial
 Kho Kho Player

Kho Kho Player

ଭଲ ପଢ଼ୁଥିଲେ! ଭଲ ଖେଳୁଥିଲେ! ହେଲେ ହଠାତ୍‌ କ’ଣ ହେଲା ଯେ ଶୋଇବା ଘରେ ଝୁଲି ପଡ଼ିଲେ ଜାତୀୟ ସ୍ତରର ଖୋଖୋ ଖେଳାଳି ମନିକା ନାଏକ? ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଆଜି ଏପରି ଦୁଃଖଦ ଖବର କେନ୍ଦୁଝର ଜିଲ୍ଲାରୁ ଆସିଛି।

Advertisment
Kho Kho Playerଆତ୍ମହତ୍ୟା କରିଥିବା ଖୋଖୋ ଖେଳାଳି

ଉଖୁଣ୍ଡା କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ବାରିଆ ଥାନା ନୟା ଧର୍ନ୍ତଜୟପୁର ଗାଁ ମନିକା ନାଏକ ହେଉଛନ୍ତି ଜାତୀୟ ସ୍ତରର ଖୋଖୋ ଖେଳାଳି। ଜାତୀୟ ଜୁନିୟର ମହିଳା ଖୋଖୋ ଦଳରେ ଓଡ଼ିଶା ପକ୍ଷରୁ ସାମିଲ ହୋଇ ବିଭିନ୍ନ ରାଜ୍ୟରେ ସେ ତାଙ୍କର ନିଜର ଖେଳ ପ୍ରତିଭା ଦେଖାଇଛନ୍ତି। ସେଥିପାଇଁ ମନିକା ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାର ଜିତିଛନ୍ତି। ନିକଟରେ ଝାଡ଼ଖଣ୍ଡରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ସେ ଓଡ଼ିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଖୋଖୋ ଖେଳି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ପ୍ରତିଭାବନ୍‌ ଖେଳାଳି ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୌଣସି କାରଣରୁ ସେ ନିଜ ଶୋଇବା ଘରେ ବେକରେ ରସି ଲଗାଇ ଝୁଲି ପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

Advertisment

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରିଆ ଥାନା ପୁଲିସ ନଂ. ୬/୨୦୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମାତ୍ର ପରିବାର ଲୋକେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Kendujhar