Advertisment

କେନ୍ଦୁଝରରେ ରାଜ୍ୟର ପ୍ରଥମ ହ୍ୟାଣ୍ଡବଲ୍ ସିନ୍ଥେଟିକ୍ ଟର୍ଫ

କେନ୍ଦୁଝର (ପ୍ରଣୟ କୁମାର ପାଣି): ହ୍ୟାଣ୍ଡବଲ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ସହରର ଥାନା ଛକ ନିକଟରେ ନିର୍ମାଣ ହୋଇଛି ଅନ୍ତର୍ଜାତୀୟ ସ୍ତରର ହ୍ୟାଣ୍ଡବଲ୍ ଷ୍ଟାଡିୟମରେ ରାଜ୍ୟର ପ୍ରଥମ ସିନ୍ଥେଟିକ୍ ଟର୍ଫ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ସିନ୍ଥେଟିକ୍ ଟର୍ଫରେ ଖେଳିବା ଦ୍ୱାରା ଖେଳାଳିଙ୍କ ଦକ୍ଷତା ବଢ଼ିବ। ହ୍ୟାଣ୍ଡବଲ୍ ଷ୍ଟାଡିୟମରେ ସିନ୍ଥେଟିକ୍ ବିଛାଯିବା ସହ ଫ୍ଲଡ୍ଲାଇଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାଛଡ଼ା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କେନ୍ଦୁଝରରେ ରାଜ୍ୟର ପ୍ରଥମ ହ୍ୟାଣ୍ଡବଲ୍ ସିନ୍ଥେଟିକ୍ ଟର୍ଫ

handball

କେନ୍ଦୁଝର (ପ୍ରଣୟ କୁମାର ପାଣି): ହ୍ୟାଣ୍ଡବଲ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ସହରର ଥାନା ଛକ ନିକଟରେ ନିର୍ମାଣ ହୋଇଛି ଅନ୍ତର୍ଜାତୀୟ ସ୍ତରର ହ୍ୟାଣ୍ଡବଲ୍ ଷ୍ଟାଡିୟମରେ ରାଜ୍ୟର ପ୍ରଥମ ସିନ୍ଥେଟିକ୍ ଟର୍ଫ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲରେ ଏହାକୁ ଉଦ୍‌ଘାଟନ କରିଛନ୍ତି।

Advertisment

ସିନ୍ଥେଟିକ୍ ଟର୍ଫରେ ଖେଳିବା ଦ୍ୱାରା ଖେଳାଳିଙ୍କ ଦକ୍ଷତା ବଢ଼ିବ। ହ୍ୟାଣ୍ଡବଲ୍ ଷ୍ଟାଡିୟମରେ ସିନ୍ଥେଟିକ୍ ବିଛାଯିବା ସହ ଫ୍ଲଡ୍ଲାଇଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାଛଡ଼ା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଜିମ୍ନାସିୟମ ରହିଛି। ଏହାବାଦ୍ ନିକଟରେ ଶିଶୁ ଉଦ୍ୟାନ ଜିମ୍, ଯୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ୱାକିଂ ପାଥ୍ ନିର୍ମାଣ କରାଯାଇଛି।

https://twitter.com/DistAdmKeonjhar/status/1463090960150056966?s=20

୧.୬ ଏକର ଜମିରେ ନିର୍ମାଣଧୀନ ଏହି ଷ୍ଟାଡିୟମ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୩ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଷ୍ଟାଡିୟମ ନିର୍ମାଣ ପରେ ହ୍ୟାଣ୍ଡବଲ୍ ଖେଳାଳିଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଷ୍ଟାଡିୟମରେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ହୋଇପାରିବ ବୋଲି କିଛି ପୁରୁଖା ଖେଳାଳି ମତ ଦେଇଛନ୍ତି।

Advertisment

୦.୫ ଏକରରେ ନିର୍ମିତ ଦ୍ୱୈତ ହ୍ୟାଣ୍ଡବଲ୍ କୋର୍ଟ (ସିନ୍ଥେଟିକ୍ ପ୍ରୋ-କ୍ୟୁଶନ୍ ସରଫେସ୍)ରେ ପାଖାପାଖି ୨୦୦ ଜଣ ବସିବାର କ୍ଷମତା ରହିଛି। ସିନ୍ଥେଟିକ୍ କୋର୍ଟର ପ୍ରସ୍ତୁତି ପାଇଁ ବ୍ୟବହୃତ ସାମଗ୍ରୀକୁ ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ (ଆଇଟିଏଫ୍)ର ‘କ୍ୟାଟେଗୋରୀ ୪-ମିଡିୟମ୍-ଫାଷ୍ଟ’ ଅନ୍ତର୍ଗତ ପ୍ରମାଣିତ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ଅନୁଯାୟୀ ସୂଚନା ଦେଇଛି।