Advertisment

ମୃତ୍ୟୁ ପୂର୍ବରୁ ସର୍ବସ୍ୱ ଦାନ କରିଦେଲେ ବୃଦ୍ଧା, ପରିବାର ସଦସ୍ୟ କହିଲେ...

କେନ୍ଦୁଝର(ପ୍ରଣୟ ପାଣି):  ସ୍ୱାମୀ, ପୁଅ ଆଗରୁ ଦୁନିଆ ଛାଡ଼ି ଦେଇଥିଲେ। ସଂସାର କହିଲେ ୬ ଝିଅ। ହେଲେ ସେମାନଙ୍କ ପରିବର୍ତ୍ତେ ମୃତ୍ୟୁ ପୂର୍ବରୁ ନିଜର ସର୍ବସ୍ୱ ମନ୍ଦିର ଟ୍ରଷ୍ଟକୁ ଦାନ କରିଦେଲେ ବୃଦ୍ଧା । ଏଥିରେ ପରିବାର ଲୋକଙ୍କର ବି ଅବଶୋଷ ନାହିଁ। ବରଂ ନିଜ ମା’ଙ୍କ ଏପରି ପଦକ୍ଷେପ ଯୋଗୁ ତାଙ୍କ ଝିଅମାନେ ବେଶ୍‌ ଗର୍ବିତ ଅନୁଭବ କରୁଥିବା କହିଛନ୍ତି। ଏପରି ଘଟଣା  କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଘଟିଥିବା ବେଳେ ଏପରି ମହତ ଦାନ କରିଥିବା […]

ମୃତ୍ୟୁ ପୂର୍ବରୁ ସର୍ବସ୍ୱ ଦାନ କରିଦେଲେ ବୃଦ୍ଧା, ପରିବାର ସଦସ୍ୟ କହିଲେ...

kanaklata

Advertisment

କେନ୍ଦୁଝର(ପ୍ରଣୟ ପାଣି):  ସ୍ୱାମୀ, ପୁଅ ଆଗରୁ ଦୁନିଆ ଛାଡ଼ି ଦେଇଥିଲେ। ସଂସାର କହିଲେ ୬ ଝିଅ। ହେଲେ ସେମାନଙ୍କ ପରିବର୍ତ୍ତେ ମୃତ୍ୟୁ ପୂର୍ବରୁ ନିଜର ସର୍ବସ୍ୱ ମନ୍ଦିର ଟ୍ରଷ୍ଟକୁ ଦାନ କରିଦେଲେ ବୃଦ୍ଧା । ଏଥିରେ ପରିବାର ଲୋକଙ୍କର ବି ଅବଶୋଷ ନାହିଁ। ବରଂ ନିଜ ମା’ଙ୍କ ଏପରି ପଦକ୍ଷେପ ଯୋଗୁ ତାଙ୍କ ଝିଅମାନେ ବେଶ୍‌ ଗର୍ବିତ ଅନୁଭବ କରୁଥିବା କହିଛନ୍ତି। ଏପରି ଘଟଣା  କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଘଟିଥିବା ବେଳେ ଏପରି ମହତ ଦାନ କରିଥିବା ମହିଳା ହେଉଛନ୍ତି  ଗାୟତ୍ରୀ ଶକ୍ତିପୀଠର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ମୁଖ୍ୟ ପୃଷ୍ଠପୋଷିକା କନକଲତା ମିଶ୍ର  । ସେ ଚମ୍ପୁଆ ଅଞ୍ଚଳର ଲୋକପ୍ରିୟ ବ୍ୟକ୍ତିତ୍ ସ୍ୱର୍ଗତ ହୃଦାନନ୍ଦ ମିଶ୍ରଙ୍କ ଧର୍ମପତ୍ନୀ ।

Advertisment

କନକଲତାଙ୍କ ସଂସାର କହିଲେ ସ୍ୱାମୀ, ପୁଅ ଓ ୬ ଝିଅ। ହେଲେ ନିଅତି ବହୁତ ନିଷ୍ଠୁର ସାଜିଲା। କନକଲତାଙ୍କ ପାଖରୁ ସ୍ୱାମୀ ଓ ପୁଅଙ୍କୁ ଆକସ୍ମିକ ଛଡ଼ାଇ ନେଲା ଦଇବ । ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା କନକଲତା ହରିଦ୍ୱାର ସ୍ଥିତ ଗାୟତ୍ରୀ ପରିବାରର ଶରଣାପନ୍ନ ହେବା ସହ ଚମ୍ପୁଆରେ ଏହାର ଏକ ଶାଖା ସ୍ଥାପନ କରିଥିଲେ  । ନିଜ ସମ୍ପତ୍ତିକୁ ବିନିଯୋଗ କରି ଚମ୍ପୁଆରେ ଗାୟତ୍ରୀ ଶକ୍ତିପୀଠର ଏକ ଶାଖା ପ୍ରତିଷ୍ଠା କରିଥିଲେ। ଏହାର ସଂପୂର୍ଣ୍ଣ ଦାୟିତ୍ୱ ସେ ନିଜେ ନିର୍ବାହ କରି ଆସୁଥିଲେ । ଏହି ମନ୍ଦିର କିପରି ସମସ୍ତଙ୍କ କାମରେ ଆସିବ ତାହା ଭାବି ନିଜର ୬ ଝିଅ ଥିବା ସତ୍ତ୍ୱେ ତାଙ୍କର ସମସ୍ତ ସମ୍ପତ୍ତିକୁ ଗାୟତ୍ରୀ ମନ୍ଦିର ଟ୍ରଷ୍ଟ ନାଁରେ କରି ଦେଇଛନ୍ତି କନକଲତା ।

[caption id="attachment_722894" align="aligncenter" width="650"]kanaklata କନକଲତାଙ୍କ ମୃତ୍ୟୁରେ ଗାୟତ୍ରୀ ମନ୍ଦିରରେ ଚାଲିଥିବା ପୂଜାର୍ଚ୍ଚନା।[/caption]

Advertisment

ଗତ ମାର୍ଚ୍ଚ ୧୦ ତାରିଖ ସକାଳେ ହଠାତ୍‌ ଆଖି ବୁଜିଲେ କନକଲତା। ତାଙ୍କ ମୃତ୍ୟୁରେ ପରିବାର ସମେତ ଗାୟତ୍ରୀ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ  ତାଙ୍କର ଏହି ମହତ କାମ ପାଇଁ କିନ୍ତୁ ବେଶ୍‌ ଖୁସି ଅଛନ୍ତି।

ମା’ ନିଜ ଜୀବନକୁ ଗାୟତ୍ରୀ ପରିବାର ପାଇଁ ଉତ୍ସର୍ଗ କରି ଦେଇଥିଲେ। ମନ୍ଦିରର ଉନ୍ନତି ପାଇଁ ସବୁବେଳେ ଭାବୁଥିଲେ, ହେଲେ ହଠାତ୍‌ ଚାଲିଗଲେ। ସେ ମନ୍ଦିର ପାଇଁ ସବୁ ସମ୍ପତ୍ତି ଦାନ କରିଥିବା ବେଳେ ଆମେମାନେ ଏଥିରେ ବହୁତ ଖୁସି ଓ ଗର୍ବିତ ବୋଲି କହିଛନ୍ତି କନକଲତାଙ୍କ ଝିଅ ଅରୁନ୍ଧତି ମିଶ୍ର ।

ଏନେଇ ଗାୟତ୍ରୀ ମନ୍ଦିର ପ୍ରେସିଡେଣ୍ଟ ସୁନୀଲ କୁମାର ସାହୁ କହିଛନ୍ତି, ସେ ଯେଉଁ କାମ କରିଛନ୍ତି, ଆଉ କେହି ତାହାକୁ କରିପାରିବେନି। ତାକୁ କେବଳ ସୁଚାରୁ ରୂପେ ଚଳାଇବା କଥା। ମନ୍ଦିର କରିଛନ୍ତି, ଟ୍ରଷ୍ଟ ନାଁରେ ଘର, ଜମି ଦାନ କରିଛନ୍ତି। ଟଙ୍କା ବି ରଖି ଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe