/odisha-reporter/media/post_attachments/uploadimage/library/16_9/16_9_0/IMAGE_1678693449.jpg)
Road Accident
ଡ୍ୟୁଟିକୁ ଯାଉଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗୁ ଥାନା ଅନ୍ତର୍ଗତ ଝାରବେଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ କନଷ୍ଟେବଲ ଜଣଙ୍କ ହେଲେ ରଘୁନାଥ ମୁର୍ମୁ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଅଞ୍ଚଳରେ। ରଘୁନାଥ ତୁରୁମୁଙ୍ଗୁ ଥାନାରେ କାର୍ଯ୍ୟ କରୁଥିଲେ।
Advertisment
ଆଜି ସକାଳେ ରଘୁନାଥ ସାଇକେଲ ଯୋଗେ ଥାନାକୁ ଯାଉଥିଲେ। ଝାରବେଡ଼ା ନିକଟରେ ରାସ୍ତା ପାର ହେଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ରଘୁନାଥ ତଳକୁ ଛିଟିକି ପଡ଼ିବାରୁ ତାଙ୍କୁ ମୁଣ୍ଡ ଉପରେ ଟ୍ରକ୍ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ରଘୁନାଥଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
