Advertisment

ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ବିଧାୟକ ତଥା ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଆଭିଯୁକ୍ତ ରଘୁନାଥ ପଣ୍ଡା ଓରଫ ରାଘବ ପାଣ୍ଡେ ଗିରଫ ହୋଇଛନ୍ତି। ଟାଉନ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ନମୋ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା ଗାଁରେ ଓ ପୁଲିସ ତାକୁ କାଲି ଗାଁରୁ ଗିରଫ କରିଛି। […]

ଅଦ୍ୟତନ ହୋଇଛି
ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

mohan-majhi

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ବିଧାୟକ ତଥା ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଆଭିଯୁକ୍ତ ରଘୁନାଥ ପଣ୍ଡା ଓରଫ ରାଘବ ପାଣ୍ଡେ ଗିରଫ ହୋଇଛନ୍ତି। ଟାଉନ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ନମୋ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା ଗାଁରେ ଓ ପୁଲିସ ତାକୁ କାଲି ଗାଁରୁ ଗିରଫ କରିଛି।

Advertisment

ତାକୁ ପଇସା ଲୋଭ ଦେଖାଇ ମୁନା ଡାକି ଆଣିଥିବା ସେ କହିବା ସହ ବୋମାମାଡ଼ ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଛି। ହେଲେ ଏହି ଘଟଣାରେ ସେ ଟ୍ୱିଷ୍ଟ ଆଣିଛନ୍ତି। ମୋହନ ଦୁଇଟି ବୋମା ମାଡ଼ ହୋଇଥିବା କହିଥିବା ବେଳେ ଅଭିଯୁକ୍ତ ରଘୁନାଥ ତିନୋଟି ବୋମା କଥା କହିଛନ୍ତି।

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ଗୁରୁବାର ପୁଲିସ୍ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ବିଧାୟକଙ୍କ ଉପରକୁ ରାଜନୈତିକ ନୁହେଁ ବରଂ ଆର୍ଥିକ କାରବାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପୁଲିସ କହିଥିଲେ। ଗିରଫ ମାନେ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡା, ମନମୋହନ ଦାସ(ମୁନା), ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ। ଏମାନଙ୍କ ଠାରୁ ୪ଟି ମୋବାଇଲ ଦୁଇଟି ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଛି ପୁଲିସ। ସିସିଟିଭି ଓ ସିଟି ସର୍ଭିଲାନ୍ସ ଆଧାରରେ ସମସ୍ତ ଦୁବୃର୍ତ୍ତଙ୍କୁ ଗିରଫ କରିଥିଲା ପୁଲିସ।

Advertisment

ଏଠାରେ ସୂଚନା ଯୋଗ୍ୟ ଯେ ଏହି ବୋମା ମାଡ ପ୍ରତିବାଦରେ କେନ୍ଦୁଝର ବିଜେପି ଦଳ ପକ୍ଷରୁ ଦୁଇ ଦୁଇ ଥର ସହର ମଧ୍ୟରେ ଥିବା ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧି ଛକଠାରେ ରାସ୍ତା ଅବରୋଧ କରିଥିଲା। ଏହା ଛଡା ବିଜେପି ଦଳ ପକ୍ଷରୁ ୯ ଜଣ ବିଧାୟକଙ୍କର ଏକ ଡେଲିଗେସନ ଟିମ୍ କେନ୍ଦୁଝରଠାରେ ଆସି ପହଞ୍ଚିବା ସହ ଏସପିଙ୍କ ସହ ସର୍କିଟ ହାଉସଠାରେ ଆଲୋଚନା କରିଥିଲେ। ଏସପି ରାସ୍ତା ଅବରୋଧ ହଟାଇବା ସହ ସାତଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ଓ ପରେ ପରେ ସମସ୍ତଙ୍କୁ ଗିରଫ କରିବା ରେ ସଫଳ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe