Advertisment

ସରପଞ୍ଚଙ୍କ ସ୍ୱାମୀଙ୍କର ଦବଙ୍ଗଗିରି, ପିଇଓଙ୍କୁ ମାଡ଼!

ଆନନ୍ଦପୁର (ମୁନା ସିଂ): ବ୍ଲକ୍ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ୱାମୀ ଦେଖାଇଲେ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆସିଛି। କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏହି ଅଭିଯୋଗ ଆସିଛି। ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ପଞ୍ଚାୟତର କାର୍ଯ୍ୟରତ ପିଇଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ପିଇଓ ଥାନାରେ ଏତଲା ଦେବା ପରେ […]

ଅଦ୍ୟତନ ହୋଇଛି
ସରପଞ୍ଚଙ୍କ ସ୍ୱାମୀଙ୍କର ଦବଙ୍ଗଗିରି, ପିଇଓଙ୍କୁ ମାଡ଼!

peo

Advertisment

ଆନନ୍ଦପୁର (ମୁନା ସିଂ): ବ୍ଲକ୍ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ୱାମୀ ଦେଖାଇଲେ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆସିଛି। କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏହି ଅଭିଯୋଗ ଆସିଛି।

Advertisment

ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ପଞ୍ଚାୟତର କାର୍ଯ୍ୟରତ ପିଇଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ପିଇଓ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ବିଡିଓଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି ପିଇଓ। ତେବେ ଏପର୍ଯ୍ୟନ୍ତ ବ୍ଲକ୍ ତରଫରୁ ପିଇଓଙ୍କୁ କୌଣସି ସୁରକ୍ଷା ଦିଆଯାଇନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ସରପଞ୍ଚ କିମ୍ବା ତାଙ୍କ ସ୍ୱାମୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ଏହି ଘଟଣାରେ ବିଧାୟକଙ୍କ ପୁଅ ଦେବାଶିଷଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଛି। ଯାହା ପରେ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି କଂଗ୍ରେସ। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe