Advertisment

ହେଡ୍‌ ସାରଙ୍କ ହେଟ୍‌ ଷ୍ଟୋରୀ; ବାନ୍ଧି ନେଲା ପୁଲିସ୍

ଛାତ୍ରୀଙ୍କୁ ଅସଦାଚରଣ କରିବା ହେଡ୍‌ ସାର୍‌ଙ୍କୁ ମହଙ୍ଗା ପଡ଼ିଛି। ବନ୍ଧା ହୋଇଛନ୍ତି ହେଡ୍‌ ସାର୍‌।

author-image
Tapaswini Nayak
ଅଦ୍ୟତନ ହୋଇଛି
Narayana  Senapati

Narayana Senapati

ଛାତ୍ରୀମାନଙ୍କୁ ବିଭିନ୍ନ ବାହାନାରେ ଅଫିସକୁ ଡାକି ଅସଦାଚରଣ କରିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଡିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଗିରଫ ପ୍ରଧାନ ଶିକ୍ଷକ ଜଣଙ୍କ ହେଲେ ନାରାୟଣ ସେନାପତି।

Advertisment

ଅଭିଯୋଗ ଅନୁସାରେ, ପ୍ରଧାନ ଶିକ୍ଷକ ଶ୍ରୀ ସେନାପତି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କୁ ବିଭିନ୍ନ ବାହାନାରେ ଅଫିସକୁ ଡାକୁଥିଲେ। ସେଠାରେ ଅଟକାଇ ଛାତ୍ରୀମାନଙ୍କ ସହ ଅସଦାଚରଣ କରୁଥିଲେ। ଏନେଇ ଛାତ୍ରୀମାନେ ପରିବାର ଲୋକଙ୍କୁ କହିଥିଲେ। ଗତକାଲି ଅଭିଭାବକମାନେ ଏହି ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ। ତେବେ ଅଭିଯୋଗ ମିଛ ବୋଲି କହିଥିଲେ ପ୍ରଧାନଶିକ୍ଷକ। କିନ୍ତୁ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ସଫେଇରେ ସନ୍ତୁଷ୍ଟ ହୋଇ ନଥିଲେ। ସେମାନେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବିଇଓ ସ୍କୁଲ୍‌ରେ ପହଞ୍ଚିଥିଲେ।ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ସେ କହିଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସ ଅଧିକାରୀ ଓ ବିଇଓ ବୁଝାସୁଝା କରିବା ପରେ ଅଭିଭାବକମାନେ ଧାରଣାରୁ ଉଠିଥିଲେ। ପରେ ୧୨ ଜଣ ଛାତ୍ରୀ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ଛାତ୍ରୀଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଗତକାଲି ପ୍ରଧାନଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment
Odisha Police Keonjhar