Advertisment

ମା’ ତାରିଣୀଙ୍କ ଆଶୀର୍ବାଦ ନେଲେ ପ୍ରମୋଦ ଭଗତ

କେନ୍ଦୁଝର (ପ୍ରଣୟ କୁମାର ପାଣି): ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଜି ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି। ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ପ୍ରମୋଦଙ୍କ କୋଚ୍ ବିରଞ୍ଚି ଦାଶ ମା’ ତାରିଣୀଙ୍କ ପାଖରେ ମାନସିକ ରଖିଥିଲେ। ଆଜି ସେହି ମାନସିକ ପୂରଣ ହୋଇଥିବାରୁ ପ୍ରମୋଦ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳିତ କରିଥିଲେ। ପାରାଲିମ୍ପିକ୍ସ ସଫଳତା ପରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ପ୍ରମୋଦ ନିଜେ ଆସିବେ ବୋଲି ମନସ୍ଥ […]

author-image
Ranjit Kumar Jena
ମା’ ତାରିଣୀଙ୍କ ଆଶୀର୍ବାଦ ନେଲେ ପ୍ରମୋଦ ଭଗତ

pramod

କେନ୍ଦୁଝର (ପ୍ରଣୟ କୁମାର ପାଣି): ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଜି ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି। ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ପ୍ରମୋଦଙ୍କ କୋଚ୍ ବିରଞ୍ଚି ଦାଶ ମା’ ତାରିଣୀଙ୍କ ପାଖରେ ମାନସିକ ରଖିଥିଲେ। ଆଜି ସେହି ମାନସିକ ପୂରଣ ହୋଇଥିବାରୁ ପ୍ରମୋଦ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳିତ କରିଥିଲେ।

Advertisment

ପାରାଲିମ୍ପିକ୍ସ ସଫଳତା ପରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ପ୍ରମୋଦ ନିଜେ ଆସିବେ ବୋଲି ମନସ୍ଥ କରିଥିଲେ। ଶୁକ୍ରବାର ଓଡ଼ିଶାରେ ପହଞ୍ଚିବା ପରେ ପ୍ରମୋଦ ଆଜି ମାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି।

ମା’ଙ୍କୁ ଦର୍ଶନ ପରେ ନିଜର ପଦକକୁ ମା’ଙ୍କ ନିକଟରେ ସମର୍ପଣ କରିଥିଲେ। ମାଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ମଧ୍ୟ ପ୍ରମୋଦଙ୍କୁ ପାଖରେ ପାଇ ପ୍ରେରିତ ହେବା ସହ ଫଟୋ ଉଠାଇବାକୁ ଭୁଲି ନ ଥିଲେ।

Advertisment

ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ଭଗତ ଇତିହାସ ରଚିଥିଲେ। ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍‌ରେ ହରାଇଥିଲେ।

ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରମୋଦ ଶୁକ୍ରବାର ଓଡ଼ିଶା ଫେରିଥିଲେ। ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ରାଶିର ଚେକ୍ ପ୍ରଦାନ କରିଛନ୍ତି।