Advertisment

‘ମୋ ସ୍ୱାମୀ ଡ୍ୟୁଟିରେ ଥିଲେ, କେମିତି ଦୁର୍ଘଟଣା ଘଟିଲା, କେମିତି ମୃତ୍ୟୁ ଘଟିଲା’

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର DRDAରେ କିରାଣୀ ଥିବା ରଘୁନାଥ ନାଏକଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି।   ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି ଘୁଟୁର୍ ଗ୍ରାମବାସୀ । ଗତ ୭ ତାରିଖ ଦିନ ରଘୁନାଥ ଅଫିସକୁ ଯାଇ ଆଉ  ଫେରି ନ ଥିଲେ। ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ କେହି ଫୋନ୍ ରେ କହିବା ପରେ ପରିବାର ଲୋକ ରଘୁନାଥଙ୍କର ମୁଣ୍ଡରେ ମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ […]

ଅଦ୍ୟତନ ହୋଇଛି
‘ମୋ ସ୍ୱାମୀ ଡ୍ୟୁଟିରେ ଥିଲେ, କେମିତି ଦୁର୍ଘଟଣା ଘଟିଲା, କେମିତି ମୃତ୍ୟୁ ଘଟିଲା’

vbn

Advertisment

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର DRDAରେ କିରାଣୀ ଥିବା ରଘୁନାଥ ନାଏକଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି।   ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି ଘୁଟୁର୍ ଗ୍ରାମବାସୀ । ଗତ ୭ ତାରିଖ ଦିନ ରଘୁନାଥ ଅଫିସକୁ ଯାଇ ଆଉ  ଫେରି ନ ଥିଲେ। ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ କେହି ଫୋନ୍ ରେ କହିବା ପରେ ପରିବାର ଲୋକ ରଘୁନାଥଙ୍କର ମୁଣ୍ଡରେ ମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ ।

Advertisment

ଏହା ପରେ ଚିକିତ୍ସାଧିନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରଘୁନାଥଙ୍କ ସ୍ତ୍ରୀ କହିଛନ୍ତି ଯେ ୭ ତାରିଖ ଦିନ ମୋ ସ୍ୱାମୀ କହିଲେ କଣ୍ଟ୍ରୋଲରୁମ୍‌ ଡ୍ୟୁଟିରେ ଅଛି। ୯ଟା ବଳକୁ ଘରକୁ ଯିବି। ତାପରେ ଫୋନ୍‌ଫାନ୍ କିଛି ନଥିଲା। ସକାଳୁ ଫୋନ୍‌ କରିବା ବେଳକୁ କେହି ରିସିଭ୍‌ କଲେନି। ପରେ କେମିତି ଦୁର୍ଘଟଣା ଘଟିଲା ?  କେମିତି ମେଡିକାଲ ଗଲେ କିଛି ଜାଣିନୁ।  ତାଙ୍କ ଦେହରେ କିଛି ଆଘାତ ନାହିଁ। ମୁଣ୍ଡରେ ଏତେ ଜୋର ମାଡ଼ ହେଲା କେମିତି ? ହେଲମେଣ୍ଟ ପିନ୍ଧିଥିବେ ଏତେ ଜୋର ମାଡ଼ ହେଲା କେମିତି ବୋଲି ତାଙ୍କ ସ୍ତ୍ରୀ ପ୍ରଶ୍ନ କରିଛନ୍ତି। ତେଣୁ ଘଟଣାର ପ୍ରକୃତ ତଦନ୍ତ କରାଯାଉ ବୋଲି ତାଙ୍କ ସ୍ତ୍ରୀ ଦାବି କରିଛନ୍ତି।

ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ ପରିବାର ଲୋକ । ଘଟଣାସ୍ଥଳରେ ପହଞ୍ଚି ଟାଉନ୍ ଥାନା ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଛି। ମାମଲା ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି  ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe