Advertisment

ସ୍ୱାଧୀନତା ଦିବସରେ ସରପଞ୍ଚଙ୍କୁ ପକାଇଲେ ତାଲା

ତେଲକୋଇ (ଚିନ୍ମୟ କୁମାର ସାହୁ): ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତାକୁ ନେଇ ତାତିଲେ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକେ। ଅବସ୍ଥା ଏପରି ହେଲା ଯେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପରେ ସରପଞ୍ଚଙ୍କୁ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଲେ ପଞ୍ଚାୟତ ଲୋକେ। ସିରିଗିଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କିଛିଦିନ ପୂର୍ବରୁ ସିରିଗିଡା ପଞ୍ଚାୟତର ଗରିବ ହିତାଧିକାରୀମାନେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। […]

author-image
Ranjit Kumar Jena
ସ୍ୱାଧୀନତା ଦିବସରେ ସରପଞ୍ଚଙ୍କୁ ପକାଇଲେ ତାଲା

telkoi

ତେଲକୋଇ (ଚିନ୍ମୟ କୁମାର ସାହୁ): ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତାକୁ ନେଇ ତାତିଲେ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକେ। ଅବସ୍ଥା ଏପରି ହେଲା ଯେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପରେ ସରପଞ୍ଚଙ୍କୁ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଲେ ପଞ୍ଚାୟତ ଲୋକେ।

Advertisment

ସିରିଗିଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କିଛିଦିନ ପୂର୍ବରୁ ସିରିଗିଡା ପଞ୍ଚାୟତର ଗରିବ ହିତାଧିକାରୀମାନେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଆଜି ସ୍ୱାଧୀନତା ଦିବସରେ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରପଞ୍ଚ ସମସ୍ତେ ଉପସ୍ଥିତ ରହିଥିଲେ।

ଏହି ସମୟରେ ଗରିବ ହିତାଧିକାରୀ ସେମାନଙ୍କ ସମସ୍ୟାକୁ ଆଗତ କରିବା ସମୟରେ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସେଠାରୁ ହିତାଧିକାରୀ ମାନଙ୍କୁ ଧକ୍କା ଦେଇ ପଳାଇଥିଲେ। ତେଣୁ ହିତାଧିକାରୀ ମାନେ ସମସ୍ୟାର ସମାଧାନ ପାଇଁ ସରପଞ୍ଚଙ୍କୁ କାର୍ଯ୍ୟାଳୟରେ ତାଲା ପକାଇ ଅନଶନରେ ବସିଥିବା ପ୍ରକାଶ କରିଛନ୍ତି। ଏହା ସହିତ ୩ଟା ଘର ଆବାସ ଯୋଜନାରେ ପାଇଥିବା ଲୋକଙ୍କୁ ପୁଣି ଘର ଦେବା ପାଇଁ ମସୁଧା ଚାଲିଛି ଓ ବର୍ତ୍ତମାନର ନିୟମ ଅନୁଯାୟୀ ସଠିକ୍ ଭାବେ ହିତାଧିକାରୀ ଚୟନ ହେଉନଥିବାରୁ ଗରିବ ଲୋକ ଆବାସରୁ ବଞ୍ଚିତ ହେଉଛନ୍ତି।

Advertisment

ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ଓ ଜିଆର୍‌ଏସ୍‌ ଘର ତିଆରି କରିସାରିଥିବା ହିତାଧିକାରୀଙ୍କ ବୋନସ ଟଙ୍କାକୁ ଅନୁମୋଦନ କରିବା ପାଇଁ ବ୍ୟାପକ ଲାଞ୍ଚ ନେଉଥିବା ମଧ୍ୟ ହିତାଧିକାରୀ ମାନେ ଅଭିଯୋଗ ଆଣିଛନ୍ତି। ତେବେ ଏ ଅନିୟମିତତାରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସିରିଗିଡା ସରପଞ୍ଚ ପ୍ରକାଶ କରିଛନ୍ତି। ଶେଷ ଖବର ଲେଖା ହେଲା ବେଳକୁ ସରପଞ୍ଚ ଏବେବି ଅଟକ ରହିଛନ୍ତି।