Advertisment

ବେଙ୍ଗ ପୋଡ଼ା ଖାଇ ଚାଲିଗଲା ଛଅ ବର୍ଷର ଝିଅର ଜୀବନ!

ଘରକୁ ପଶି ଆସିଥିବା ‍ବେଙ୍ଗକୁ ପୋଡ଼ି ଦୁଇ ଝିଅଙ୍କ ସହିତ ଖାଇଥିଲେ ବାପା।

Keonjhar Hospital

Keonjhar Hospital

Advertisment

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁଡ଼ା ଗାଁରେ ବେଙ୍ଗ ପୋଡ଼ା ଖାଇ ଏକ ଛଅ ବର୍ଷର ଝିଅର ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ତାଙ୍କ ଭଉଣୀଙ୍କ ଅବସ୍ଥା ଗୁରୁତର ରହିଛି। ସେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। 

Advertisment

ମୃତ ଝିଅଟିର ନାଁ ସୁମିତ୍ରା ମୁଣ୍ଡା। ତାଙ୍କ ବାପାଙ୍କ ନାଁ ମୁନା ମୁଣ୍ଡା। ଗତ ଗୁରୁବାର ରାତିରେ ଏକ ବେଙ୍ଗ ମୁନା ମୁଣ୍ଡାଙ୍କ ଘର ଭିତରକୁ ପଶି ଆସିଥିଲା। ମୁନା ତାକୁ ମାରି ନିଆଁରେ ପୋଡ଼ି ଦୁଇ ଝିଅଙ୍କ ସହିତ ସେ ଖାଇଥିଲେ। ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ଅସୁସ୍ଥ ହୋଇପଡ଼ିଥିଲେ। ସେମାନେ ବାନ୍ତି କରିଥିଲେ। ତେଣୁ ମୁନା ସକାଳେ ଦୁଇ ଝିଅଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା। ମୁନାଙ୍କ ଆଉ ଜଣେ ଝିଅର ଅବସ୍ଥା ଗୁରୁତର ଅଛି।

ଅନ୍ୟପକ୍ଷରେ ବେଙ୍ଗ ପୋଡ଼ା ଖାଇବାରୁ ଏହି ଘଟଣା ଘଟିଲା ନା ଆଉ କିଛି କାରଣ ଅଛି, ତାହା ଜଣାପଡ଼ି ନାହିଁ। ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ବେହେରା କହିଛନ୍ତି ଯେ ବେଙ୍ଗମାନେ ସାଧାରଣତଃ ବିଷାକ୍ତ ନୁହନ୍ତି। ଏଣୁ କେଉଁ କାରଣରୁ ଝିଅଟିର ମୃତ୍ୟୁ ହେଲା, ଯାଞ୍ଚ କରାଗଲେ ଜଣାପଡ଼ିବ।

Advertisment

ବାମେବାରୀ ଥାନା ଅଧିକାରୀ କହିଛନ୍ତି, ଏହି ଘଟଣା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

Odisha Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe