Advertisment

କଲେଜ ଛାତ୍ରୀଙ୍କୁ ସାପ ଧରା ଶିଖାଇଲେ, ଭିଡିଓ ଭାଇରାଲ୍

ଆନନ୍ଦପୁର (ମୁନା ସିଂ): ଆନନ୍ଦପୁର ଉପଖଣ୍ଡ ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ ବେଆଇନ ଭାବେ କଲେଜ ଛାତ୍ରୀ ମାନଙ୍କୁ ଧରା ଯାଉଥିଲା ବିଷାକ୍ତ ସାପ। ନାଁ ସେଠାରେ ଥିଲେ କୌଣସି ତାଲିମପ୍ରାପ୍ତ ସାପ ଧରାଳି, ନାଁ ଥିଲେ ଜଙ୍ଗଲ ବିଭାଗର କର୍ମଚାରୀ। ସାପ ଧରିବା ସମୟରେ ସର୍ପ ଦଂଶନରୁ ଅଳ୍ପକେ ବର୍ତ୍ତିଛନ୍ତି ଛାତ୍ରୀ। ଯାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଭାଇରାଲ ପରେ ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି। ଭିଡିଓକୁ […]

author-image
Ranjit Kumar Jena
କଲେଜ ଛାତ୍ରୀଙ୍କୁ ସାପ ଧରା ଶିଖାଇଲେ, ଭିଡିଓ ଭାଇରାଲ୍

snake

ଆନନ୍ଦପୁର (ମୁନା ସିଂ): ଆନନ୍ଦପୁର ଉପଖଣ୍ଡ ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ ବେଆଇନ ଭାବେ କଲେଜ ଛାତ୍ରୀ ମାନଙ୍କୁ ଧରା ଯାଉଥିଲା ବିଷାକ୍ତ ସାପ। ନାଁ ସେଠାରେ ଥିଲେ କୌଣସି ତାଲିମପ୍ରାପ୍ତ ସାପ ଧରାଳି, ନାଁ ଥିଲେ ଜଙ୍ଗଲ ବିଭାଗର କର୍ମଚାରୀ। ସାପ ଧରିବା ସମୟରେ ସର୍ପ ଦଂଶନରୁ ଅଳ୍ପକେ ବର୍ତ୍ତିଛନ୍ତି ଛାତ୍ରୀ। ଯାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି।

Advertisment

ଭିଡିଓ ଭାଇରାଲ ପରେ ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି। ଭିଡିଓକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଙ୍ଗଲ ବିଭାଗର ସମନ ସହ ଅଧିକ ତଦନ୍ତ ପାଇଁ କୁହାଯାଇଛି। ଭାଇରାଲ ଭିଡିଓରେ ଛାତ୍ରୀଙ୍କୁ ସାପ ଧରାଉଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ଏକ ବେସରକାରୀ ବିଦ୍ୟାଳୟର ଅଧ୍ୟକ୍ଷ ଆକାଶ ରଥ ବୋଲି ଜଣାପଡ଼ିଛି। ଭାଇରାଲ ଭିଡିଓକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି, ଆମେ ତାଙ୍କୁ ସମନ୍ କରିଛୁ। ହେଲେ ବ୍ୟକ୍ତି ଜଣକ କେଉଁ ଉଦ୍ଦେଶ୍ୟରେ ଏହା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ତାହା ଜଣାପଡ଼ିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ।

Advertisment