Advertisment

ଶ୍ରେଣୀ ଗୃହରେ ଗଦା ହୋଇଛି ଚିପ୍ସ, ଗଛ ମୂଳରେ ପାଠ ପଢ଼ୁଛନ୍ତି ପିଲା

ଚିପ୍ସ ଓ ବାଲି ଗଦା ହୋଇଥିବା ଟିଣ ଛପର ଘରେ ଦୁଇଟି ଶ୍ରେଣୀର ପିଲାମାନେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏପରିକି ସେହି ଭଙ୍ଗା ଦଦରା ଘରେ ବସି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି।

School

School

Advertisment

ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା, ଧନ୍ୟ ଏ ଗଣଶିକ୍ଷା ବିଭାଗ। ବର୍ଷେ ହେଲା ଶ୍ରେଣୀ ଗୃହ ମରାମତି କାମ ସାରି ପାରୁନାହାନ୍ତି। ସେଥିପାଇଁ ପିଲାମାନେ ଗଛ ମୂଳରେ ବସି ପାଠ ପଢ଼ୁଛନ୍ତି। ଆଉ ଠିକାଦାର ଶ୍ରେଣୀ ଗୃହରେ ଚିପ୍ସ ଓ ବାଲି ଗଦା କରି ନାହିରେ ତେଲ ମାରି ବସିଛି! ଶିକ୍ଷ ବିଭାଗ ମଧ୍ୟ ଚୁପ୍‌ ବସିଛି। ଶିକ୍ଷା ବିଭାଗର ଏପରି ବିକଳ ଚିତ୍ର ଆସିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ।

Advertisment
Schoolପିଲାମାନଙ୍କୁ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି

କେନ୍ଦୁଝର ସଦର ବ୍ଳକ୍‌ରେ ରହିଛି ଡିମିରିମୁଣ୍ଡା ୟୁପି ଏମ୍‌ଇ ସ୍କୁଲ୍‌। ଏହି ସ୍କୁଲଟି ବହୁ ପୂରାତନ। ଏଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ରହିଛି। ମୋଟ୍‌ ୩୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରଧାନଶିକ୍ଷୟିତ୍ରୀଙ୍କୁ ମିଶାଇ ଦୁଇ ଜଣ ଅଛନ୍ତି। ହେଲେ ଦୁଃଖର ବିଷୟ ପିଲାଙ୍କ ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହ ନାହିଁ। ଏନେଇ ବହୁବାର ଅଭିଯୋଗ କରିବା କରିବା ପରେ ପୁରୁଣା ଘର ଗୁଡ଼ିକ ମରାମତି କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏପରିକି ମରାମତି କାମ ଆରମ୍ଭ କରିଥିଲା। ଦୀର୍ଘ ବର୍ଷେରୁ ଅଧିକ ସମୟ ହେଲା ସ୍କୁଲ ଗୃହ ମରାମତି ଚାଲିଛି।

ଶ୍ରେଣୀ ଗୃହ ମରାମତି ଯୋଗୁ ପିଲାମାନେ ପଢ଼ିବେ କେମିତି? ସେଥିପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କଲାନାହିଁ। ଯାହାଫଳରେ ଦୁଇଟି ଶ୍ରେଣୀର ପିଲାମାନେ ଗଛ ମୂଳରେ ବସି ପଢ଼ୁଛନ୍ତି। ବର୍ଷା ହେଲେ କଥା ସରିଲା। ଚିପ୍ସ ଓ ବାଲି ଗଦା ହୋଇଥିବା ଟିଣ ଛପର ଘରେ ଦୁଇଟି ଶ୍ରେଣୀର ପିଲାମାନେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏପରିକି ସେହି ଭଙ୍ଗା ଦଦରା ଘରେ ବସି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି। ଯଥାଶୀଘ୍ର ସ୍କୁଲ ଘର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅଭିଭାବକମାନେ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି। ମାତ୍ର ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।

Advertisment
Schoolଏଇ ସ୍କୁଲ ନା ଭୂତ କୋଠୀ!

ସ୍କୁଲର ଶିକ୍ଷୟିତ୍ରୀ ସୁଜାତା ବେହେରା କହିଛନ୍ତି, ବର୍ଷେରୁ ଅଧିକ ସମୟ ହେଲା ଘର ମରାମତି ଚାଲିଛି। ବର୍ଷା ଋତୁ ପୂର୍ବରୁ ଘର ମରାମତି ଶେଷ ନହେଲେ ପିଲାଙ୍କୁ ପଢ଼ାଇବାରେ ବହୁ ଅସୁବିଧା ହେବ ବୋଲି ସୁଜାତା ବେହେରା କହିଛନ୍ତି।

ଗାଁର ଜଣେ ଅଭିଭାବକ ଗଣେଶ୍ୱର ମହାନ୍ତ କହିଛନ୍ତି, ଶ୍ରେଣୀଗୃହ ମରାମତି ଚାଲିଥିବାରୁ କିଛି ଦିନ ଧରି ପିଲାମାନେ ଗଛ ମୂଳରେ ବସି ପାଠ ପଢ଼ିଥିଲେ। ଏବେ ସେହି ଭଙ୍ଗା ଦଦରା ଗୃହରେ ଦୁଇଟି ଶ୍ରେଣୀର ପିଲାମାନେ ବସି ପାଠ ପଢ଼ୁଛନ୍ତି। ପାଠ ପଢ଼ିବାରେ ପିଲାମାନଙ୍କୁ ବହୁ ଅସୁବିଧା ହେଉଛି। ଯଥାଶୀଘ୍ର ସ୍କୁଲ ଶ୍ରେଣୀ ଗୃହ ମରାମତି ସାରିବାକୁ ଶ୍ରୀ ମହାନ୍ତ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Keonjhar School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe