Advertisment

ବ୍ୟାନର୍ ଲଗାଇବା ହେଲା କାଳ, ଚାଲିଗଲା ଆଇଟିଆଇ ଛାତ୍ରର ଜୀବନ

କେନ୍ଦୁଝର (ପ୍ରଣୟ କୁମାର ପାଣି): ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଲଗାଉଥିଲେ ବ୍ୟାନର୍। ହେଲେ ବ୍ୟାନର୍ ଲଗାଇବା ହେଲା କାଳ। ସିଡିରେ ଚଢ଼ି ବ୍ୟାନର୍ ଲଗାଉଥିବା ବେଳେ ଲାଗିଲା ଜବରଦସ୍ତ ବିଦ୍ୟୁତ ଝଟକା। ଆଉ ଚାହୁଁ ଚାହୁଁ ଚାଲିଗଲା ଛାତ୍ରର ଜୀବନ। ଆଜି ଏମିତି ଏକ ବଡ଼ ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଆଇଟିଆଇରେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ଛାତ୍ର ଗୁରୁତର ଭାବେ ଆହତ […]

ଅଦ୍ୟତନ ହୋଇଛି
ବ୍ୟାନର୍ ଲଗାଇବା ହେଲା କାଳ, ଚାଲିଗଲା ଆଇଟିଆଇ ଛାତ୍ରର ଜୀବନ

banner

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଲଗାଉଥିଲେ ବ୍ୟାନର୍। ହେଲେ ବ୍ୟାନର୍ ଲଗାଇବା ହେଲା କାଳ। ସିଡିରେ ଚଢ଼ି ବ୍ୟାନର୍ ଲଗାଉଥିବା ବେଳେ ଲାଗିଲା ଜବରଦସ୍ତ ବିଦ୍ୟୁତ ଝଟକା। ଆଉ ଚାହୁଁ ଚାହୁଁ ଚାଲିଗଲା ଛାତ୍ରର ଜୀବନ। ଆଜି ଏମିତି ଏକ ବଡ଼ ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଆଇଟିଆଇରେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି।

Advertisment

ସୂଚନାରୁ ଜଣାପଡିଛି ଯେ, ଆଜି ବଡ଼ବିଲ ଆଇଟିଆଇ ପରିସରରେ ଏକ ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଦୁଇଜଣ ଛାତ୍ର ବ୍ୟାନର୍ ଲଗାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଦୁଇ ଛାତ୍ର ଏକ ଲୁହା ସିଡି ଦ୍ୱାରା ଏହି ବ୍ୟାନର ଲଗାଉଥିଲେ।

ହେଲେ ଉପରେ ଯାଇଥିବା ୧୧କେଭି ତାର ସେହି ସିଡିରେ ଲାଗିଯିବାରୁ ଉପରେ ଚଢ଼ିଥିବା ଛାତ୍ର ସରୋଜ ଘଣା ତଳେ ପଡି ଯାଇଥିଲେ। ଅନ୍ୟ ଜଣେ ବି ଗୁରୁତର ହୋଇଥିଲେ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

Advertisment

ଏହା ପରେ ସେମାନଙ୍କୁ ବଡ଼ବିଲରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଏବେବି ଟିସ୍କୋ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ସରୋଜ ଫିଟର ଟ୍ରେଡରେ ପଢ଼ୁଥିବା ବେଳେ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି।

ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ଅଘଟଣ କେମିତି ଘଟିଲା, ତା'ର ତଦନ୍ତ ହେବା ପରେ ପୂରା ମାମଲା ସାମ୍ନାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe