Advertisment

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପିଟି ଦେଲା ବାଇକ୍‌, ଅବସ୍ଥା ଗୁରୁତର

ଆଜି ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିନିମନ୍ତେ ରୁଦ୍ର ନିଜ ବାପାଙ୍କ ସହ ଏକ ବାଇକ୍‌ ଯୋଗେ ବି.ଏନ୍ ହାଇସ୍କୁଲସ୍ଥିତ ନିଜ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ମାତ୍ର ବି. ଏନ୍‌ ହାଇସ୍କୁଲ ନିକଟରେ ହଠାତ୍‌ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।

author-image
Niharika Rout
undefined

Accident

ଆନନ୍ଦପୁର: ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ସହ ଘଟିଲା ଅଘଟଣ। ପରୀକ୍ଷା ଦେବା ପୂର୍ବରୁ ଦୁର୍ଘଟଣାରେ ଗୁରୁତର ହେଲେ ଛାତ୍ର। ଫଳରେ ପରୀକ୍ଷା ହଲ୍‌ ପରିବର୍ତ୍ତେ ପରୀକ୍ଷାର୍ଥୀଜଣକ ମେଡିକାଲ ବେଡ୍‌ରେ ପହଞ୍ଚିଥିବା ବେଳେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏପରି ଦୁର୍ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ବି.ଏନ୍ ହାଇସ୍କୁଲ ନିକଟରେ ଘଟିଛି। ଦୁର୍ଘଟଣାରେ ଗୁରୁତର ଛାତ୍ରଜଣକ ହେଲେ ରୁଦ୍ର ନାରାୟଣ ଘଡ଼େଇ ।

Advertisment

ଆଜି ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିନିମନ୍ତେ ରୁଦ୍ର ନିଜ ବାପାଙ୍କ ସହ ଏକ ବାଇକ୍‌ ଯୋଗେ ବି.ଏନ୍ ହାଇସ୍କୁଲସ୍ଥିତ ନିଜ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ମାତ୍ର ବି. ଏନ୍‌ ହାଇସ୍କୁଲ ନିକଟରେ ହଠାତ୍‌ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରୁଦ୍ର ଓ ତାଙ୍କ ବାପା ବାଇକ୍‌ରୁ ଛିଟିକି ପଡ଼ିଥିଲେ।

ଏହି ଦୁର୍ଘଟଣାରେ ରୁଦ୍ରଙ୍କ ବାପା ସାମାନ୍ୟ ଆହତ ହୋଇଥିବା ବେଳେ ରୁଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ୨ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ଯୋଗୁ ଗୁରୁତର ହୋଇ ପଡ଼ିଥିବା ରୁଦ୍ର ପରୀକ୍ଷା ଦେଇ ନ ପାରି ମାନସିକ ରୂପେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Accident Keonjhar Road Accident