Advertisment

ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ରୋଷେୟା ହୋଇଛନ୍ତି କୋମଳମତି ଛାତ୍ର, ବାସନ ବି ଧୋଉଛନ୍ତି

ତାତିରୁ ରକ୍ଷା ପାଇଁ ସରକାର ସ୍କୁଲ ଛୁଟି ଘୋଷଣା କଲେ। ହେଲେ ପ୍ରଧାନଶିକ୍ଷକ ସ୍କୁଲରେ ଆଦିବାସୀ ଛାତ୍ରମାନଙ୍କୁ ରଖି ସେମାନଙ୍କ ଦ୍ୱାରା କାଠ ଚୁଲିରେ ଭାତ, ଡାଲି, ଆଳୁ ଭର୍ତ୍ତା, ଅଣ୍ଡା ଆମଲେଟ୍ ରୋଷେଇ କରାଇଲେ।

ଅଦ୍ୟତନ ହୋଇଛି
student

student

Advertisment

ତାତିରୁ ରକ୍ଷା ପାଇଁ ସରକାର ସ୍କୁଲ ଛୁଟି ଘୋଷଣା କଲେ। ହେଲେ ପ୍ରଧାନଶିକ୍ଷକ ସ୍କୁଲରେ ଆଦିବାସୀ ଛାତ୍ରମାନଙ୍କୁ ରଖି ସେମାନଙ୍କ ଦ୍ୱାରା କାଠ ଚୁଲିରେ ଭାତ, ଡାଲି, ଆଳୁ ଭର୍ତ୍ତା, ଅଣ୍ଡା ଆମଲେଟ୍ ରୋଷେଇ କରାଇଲେ। ପରେ ପେଟ ଭର୍ତ୍ତି କରି ନିଜେ ଖାଇଲେ ଓ ଛାତ୍ରମାନଙ୍କୁ ଲଗାଇ ରୋଷେଇ ହୋଇଥିବା କଳା ବାସନ ଓ ଅଇଁଠା ବାସନ ଧୁଆଇଲେ। ଭାତ କରିବା ପୂର୍ବରୁ ସେମାନଙ୍କୁ ଲଗାଇ ମଧ୍ୟାହ୍ନ ଭୋଜନ ଚାଉଳରୁ ଗୋଡ଼ି, ମଲା ଚାଉଳ ବଛାଇଲେ। ଦଣ୍ଡମୁକ୍ତ ଅଞ୍ଚଳରେ ଆଦିବାସୀ ଛାତ୍ରଙ୍କୁ ବିପଦଜନକ କାମରେ ଲଗାଇବା, ନିର୍ଯାତନା ଦେବା ଓ ସରକାରୀ ନିୟମକାନୁନକୁ ଖିଲାପ କରିବା ନେଇ ଉଦ୍‌ବେଗ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତ ଅଧିନରେ ଥିବା ମାଲାଙ୍ଗଟୋଲି ପିଢ଼ପୋଖୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ସେପଟେ ପ୍ରଧାନଶିକ୍ଷକ ମଧ୍ୟ ସତ ମାନି ଯାଇଛନ୍ତି। ସେ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇ ରୋଷେଇରେ ଲଗାଇଥିବା କହିଛନ୍ତି।

Advertisment

ତେବେ ଘଟଣାକୁ ୧୦ ଦିନ ବିତିଛି। ହେଲେ ଅଭିଭାବକଙ୍କ ଅଭିଯୋଗ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। ଏଥିରୁ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଦିଗଭ୍ରଷ୍ଟ ହେବା ଓ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ଜଳଜଳ ଦିଶିଛି। ଦିନ ଅଧେ ନୁହେଁ ଏମିତି ଅନେକ ଦିନ ଶିଶୁମାନଙ୍କୁ ସ୍କୁଲର ଶିକ୍ଷକମାନେ ରୋଷେଇ ଓ ବାସନ ମାଜିବାରେ ନିୟୋଜିତ କରୁଥିବା ଛାତ୍ରମାନେ ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି। ଛାତ୍ରମାନେ ଏହି ସତ କଥା କହିବା ବେଳେ ସେମାନଙ୍କ ଭିତରେ ଲୁଚି ରହିଥିବା ଦଣ୍ଡବିଧାନର ଭୟ ସ୍ପଷ୍ଟ ଝଲସି ଉଠୁଥିଲା। ଅନ୍ୟପଟେ ଯଦି ପିଲାଏ ପାଠ ପଢିବା ଛାଡ଼ି ଏପରି କାର୍ଯ୍ୟ କରିବେ ତେବେ ଏମାନଙ୍କ ଭବିଷ୍ୟତ କ'ଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

studentଛାତ୍ରମାନେ ମଧ୍ୟାହ୍ନ ଭୋଜନ ଚାଉଳରୁ ଗୋଡ଼ି ଓ ଅଳିଆ ବାଛୁଛନ୍ତି।

ସରକାର ବିଦ୍ୟାଳୟକୁ ସରକାର ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ସ୍କୁଲ କାନ୍ଥବାଡ଼ରେ ଏନେଇ ଅନେକ ଘୋଷଣାନାମା ଲେଖାଯାଉଛି। ହେଲେ କୋମଳମତି ଆଦିବାସୀ ଶିଶୁଙ୍କୁ ଅପହଞ୍ଚ ଇଲାକାରେ ଥିବା ସ୍କୁଲରେ ଏଠାର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନେ କିପରି ନିର୍ଯାତନା ଦେଉଛନ୍ତି ତାହା ନଦେଖିଲେ ବିଶ୍ୱାସ ହେବନି।

Advertisment

ଛାତ୍ର ମୋହନ ମୁଣ୍ଡା କହିଛନ୍ତି, ସାର୍‌ କୁହନ୍ତି, ବାସନ ମାଜିଦିଅ। ତେଣୁ ବେଲା, ଥାଳି, ଡେକ୍‌ଚି, କରେଇ ମାଜିବାକୁ ପଡ଼େ। ସନ୍ଧ୍ୟାବେଳେ, ସକାଳେ ଏକାମ କରିବାକୁ ପଡ଼ୁଛି। ରୋଷେଇ କରୁଥିବା ଛାତ୍ର ସାଗର ମୁଣ୍ଡା କହିଛନ୍ତି, ହେଡ୍‌ ସାର୍‌ କହିବାରୁ ବାଧ୍ୟ ହୋଇ ଭାତ, ଡାଲି, ଆଳୁ ଭର୍ତ୍ତା, ଅଣ୍ଡା ଭଜା କରିବାକୁ ପଡ଼ିଲା। ବହୁତ ଥର ଏମିତି ସାର୍‌ଙ୍କ କହିବାକୁ ମାନି ରୋଷେଇ କରିବାକୁ ପଡ଼ୁଛି।

ପ୍ରଧାନଶିକ୍ଷକ ଜଗନ୍ନାଥ ମାଝୀ କହିଛନ୍ତି, ଯେହେତୁ ସ୍କୁଲ ଛୁଟି ହୋଇଗଲା, ତେଣୁ ସେ ପିଲାମାନଙ୍କ ନାମଲେଖା ଓ ଟିସି ଦେବା କାମରେ ବ୍ୟସ୍ତ ଥିଲେ। ସ୍କୁଲରେ ଥିବାରୁ ଛୁଆ ଦୁଇଜଣଙ୍କୁ ରୋଷେଇ କରିଦେବାକୁ କହିଥିଲି। ହେଲେ ଅନ୍ୟ ଦିନମାନଙ୍କରେ ସେମାନଙ୍କୁ ରୋଷେଇ କରିବାକୁ କୁହେନି। ପିଲାଙ୍କୁ ରୋଷେଇ କାମରେ ନିୟୋଜିତ କରିବା ନିୟମ ନାହିଁ, ହେଲେ ସ୍କୁଲରେ କାମ ଥିବାରୁ ଛାତ୍ରମାନଙ୍କୁ ରୋଷେଇ କରିବାକୁ କହିଥିଲି। ସନ୍ଧ୍ୟାବେଳେ ଯେଉଁ ଦୁଇଜଣ ଶିକ୍ଷକ ରୁହନ୍ତି, ହୁଏତ ସେମାନଙ୍କୁ ଛାତ୍ରମାନେ ରୋଷେଇ କରି ଖାଇବାକୁ ଦେଉଥିବେ। ହେଲେ ସେ ଏ ସମ୍ପର୍କରେ ଜାଣିନାହାନ୍ତି।

studentଛାତ୍ରମାନଙ୍କୁ ଅଇଁଠା ବାସନ ଧୋଇବା କାମରେ ଲଗାଇଛନ୍ତି।

ତେବେ ସ୍କୁଲରେ ଛାତ୍ରଙ୍କୁ ଏଭଳି କାମ କରାଇବାକୁ ଶିକ୍ଷକମାନଙ୍କୁ ଅଧିକାର କିଏ ଦେଲା। ଏନେଇ ଯୋଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ଷେତ୍ର ମୋହନ ହାଁସଦାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ସେ କିଛିବି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଏଥିରୁ ରାଜ୍ୟର ଆଦିବାସୀ ଇଲାକାରେ ଥିବା ସରକାରୀ ସ୍କୁଲମାନଙ୍କରେ ଶିକ୍ଷାର ଅବସ୍ଥା କିପରି ଦୟନୀୟ ହୋଇପଡ଼ିଛି ତାହା ଚିନ୍ତାଜନକ ବିଷୟ ହୋଇଛି।

ରିପୋର୍ଟ- ଚମ୍ପୁଆରୁ ଦୀପକ କୁମାର ଶତପଥୀ

Odisha Governance Odisha School Failed Status Of Tribal Students Tribal Students Mass Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe