Advertisment

ଜୀବନ ବଞ୍ଚାଇଥିଲେ ଲୋକେ, ଏବେ ଋଣ ଶୁଝିଲେ ସୁନା

କେନ୍ଦୁଝର (ପ୍ରଣୟ କୁମାର ପାଣି): ଅସ୍ତ୍ରୋପଚାର ସମୟରେ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କ ଠାରୁ ସାହାଯ୍ୟ ପାଇଥିଲେ। ଆଉ ସେହି ଟଙ୍କାରେ ନିଜର ଚିକିତ୍ସା କରାଇଲେ। ଆଉ ସୁସ୍ଥ ହେବା ପରେ ସେସବୁ ସହାୟତା ଟଙ୍କାକୁ ସେ ଫେରାଇ ମଧ୍ୟ ଦେଇଛନ୍ତି। ଆଉ ଏହି କାମ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ବଡ଼ନଈ ପଞ୍ଚାୟତ ଗାଁରେ। ଗାଁରେ ସୁନାସିନ୍ଦୁର ମହାନ୍ତ […]

ଅଦ୍ୟତନ ହୋଇଛି
ଜୀବନ ବଞ୍ଚାଇଥିଲେ ଲୋକେ, ଏବେ ଋଣ ଶୁଝିଲେ ସୁନା

suna-sindur

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ଅସ୍ତ୍ରୋପଚାର ସମୟରେ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କ ଠାରୁ ସାହାଯ୍ୟ ପାଇଥିଲେ। ଆଉ ସେହି ଟଙ୍କାରେ ନିଜର ଚିକିତ୍ସା କରାଇଲେ। ଆଉ ସୁସ୍ଥ ହେବା ପରେ ସେସବୁ ସହାୟତା ଟଙ୍କାକୁ ସେ ଫେରାଇ ମଧ୍ୟ ଦେଇଛନ୍ତି। ଆଉ ଏହି କାମ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ଚମ୍ପୁଆ ବ୍ଲକ୍ ବଡ଼ନଈ ପଞ୍ଚାୟତ ଗାଁରେ। ଗାଁରେ ସୁନାସିନ୍ଦୁର ମହାନ୍ତ ଯୋଡା ବ୍ଲକ କାଳିମାଟି ଅଞ୍ଚଳରେ ଏକ ଖଣିରେ କାମ କରନ୍ତି। ତାଙ୍କ ଆଣ୍ଠୁରେ ସମସ୍ୟା ହୋଇଥିଲା। ଯେଉଁ କାରଣରୁ ଚଳିତ ବର୍ଷ ଜୁନ୍ ୬ ତାରିଖରେ ତାଙ୍କର ବାମ ଗୋଡ଼ ଆଣ୍ଠୁର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଏହାର ଦେଢ଼ ମାସ ପରେ ତାଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ସେ ତିନି ଦିନ ଭିତରେ ଅପରେସନ୍ କରାଇବାକୁ ପରାମର୍ଶ ଦେଇଥିଲେ। ଯଦି ଅପରେସନ୍ ନକରାଯାଏ, ତାହେଲେ ଜୀବନ ପ୍ରତି ବିପଦ ଥିବା ଡାକ୍ତର କହିଥିଲେ।

ଆଣ୍ଠୁ ଅପରେସନ୍ ଯୋଗୁ ସୁନାସିନ୍ଦୁରଙ୍କର ପ୍ରବଳ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଆଉଏକ ଅପରେସନ୍ ପାଇଁ ତାଙ୍କ ପାଇଁ ଆବଶ୍ୟକ ଅର୍ଥ ନଥିଲା। ଯାହା ପରେ ସେ ନିଜର ଜଣେ ଫେସବୁକ୍ ବନ୍ଧୁଙ୍କୁ ସହାୟତା ପାଇଁ କହିଥିଲେ। ତାଙ୍କର ସେହି ବନ୍ଧୁ ଫେସବୁକରେ ପୋଷ୍ଟ କରି ସୁନାସିନ୍ଦୁରଙ୍କୁ ଆର୍ଥିକ ସହାୟତା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ପାଖାପାଖି ୧ ଲକ୍ଷ ଟଙ୍କା ତାଙ୍କୁ ସହାୟତା ଆକାରରେ ମିଳିଥିଲା। ସୁନାସିନ୍ଦୁର ସେହି ଟଙ୍କାରେ ନିଜର ଅପରେସନ୍ କରାଇଥିଲେ। ସୁସ୍ଥ ହେବା ପରେ ସେ ଯଥାଶୀଘ୍ର ସହାୟତା ଟଙ୍କାକୁ ଫେରାଇ ଦେବାକୁ ମନସ୍ଥ କରିଥିଲେ।

Advertisment

ପରେ ସୁନାସିନ୍ଦୁର କାମ କରି ପାଇଥିବା ଅର୍ଥରୁ ସହାୟତା ଦେଇଥିବା ଲୋକଙ୍କୁ ଫେରାଇ ଦେଇଥିଲେ। ସୁନାସିନ୍ଦୁର ‘ଫୋନ୍ ପେ’ ହିଷ୍ଟ୍ରୀ ଯାଞ୍ଚ କରି କେଉଁମାନେ ତାଙ୍କୁ କେତେ ଟଙ୍କା ପଠାଇଥିଲେ, ତାହା ସବୁ ପଠାଇ ଦେଇଥିଲେ। ତେବେ ତିନି ଚାରିଜଣ ନିକଟ ସମ୍ପର୍କୀୟଙ୍କୁ ଛାଡ଼ି ଦେଲେ ବାକି ସମସ୍ତଙ୍କ ଟଙ୍କା ସେ ଫେରସ୍ତ କରିଦେଇଥିବା ସୁନାସିନ୍ଦୁର କହିଛନ୍ତି।

Inspiration Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe