Advertisment

ସନରାଇଜ ହସ୍ପିଟାଲ ସିଲ୍‌, ବନ୍ଧା ରଖୁଥିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ

କେନ୍ଦୁଝର ସହରରେ ଥିବା ସନରାଇଜ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବିଏସ୍‌କେୱାଇ ଯୋଜନାରେ ଏହି ହସ୍ପିଟାଲ ଅନୁମୋଦିତ ହୋଇ ନ ଥିଲେ ବି ରୋଗୀଙ୍କୁ ଏହି ଯୋଜନାର ଲାଭ ଦେବାକୁ ପ୍ରଲୋଭିତ କରି ଆଡମିଟ କରୁଥିବା ଘଟଣା ସାମନାକୁ ଆସିଛି।

ଅଦ୍ୟତନ ହୋଇଛି
Sunrise Hospital Sealed

Sunrise Hospital Sealed

Advertisment

କେନ୍ଦୁଝର ସହରରେ ଥିବା ସନରାଇଜ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବିଏସ୍‌କେୱାଇ ଯୋଜନାରେ ଏହି ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇ ନ ଥିଲେ ବି ରୋଗୀଙ୍କୁ ପ୍ରଲୋଭିତ କରି ଆଡମିଟ କରୁଛି। ପରେ କାର୍ଡ ବନ୍ଧା ରଖି ଟଙ୍କା ଦେବାକୁ ବାଧ୍ୟ କରୁଛି । ଏପରି ସାଂଘାତିକ ଅଭିଯୋଗ ଆସିବା ପରେ ଆଜି ସନରାଇଜ ହସ୍ପିଟାଲକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ ।

Advertisment

କେବଳ ସେତିକି ନୁହେଁ, ଏହି ହସ୍ପିଟାଲର ଇନଚାର୍ଜ ଡାକ୍ତର କେହି ନ ଥିବା ବେଳେ ଏଠାରେ ଥିବା କର୍ମଚାରୀଙ୍କର ବି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଯୋଗ୍ୟତା ନାହିଁ। ଏହା ସତ୍ତ୍ୱ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗଢ଼ି ଉଠିଥିବା ଏହି ହସ୍ପିଟାଲ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉ ନାହିଁ।

ଗତ ସୋମବାର ଯୋଡ଼ାରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଜଣେ ଯୁବକଙ୍କ ଅଭିଯୋଗ ପରେ ଏହି ଘଟଣା ଉପରୁ ପରଦା ହଟିଥିଲା। ଯୁବକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସମ୍ପର୍କୀୟଙ୍କୁ ବିଏସ୍‌କେୱାଇ ଯୋଜନା ଅଧୀନରେ ସନରାଇଜ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ମାତ୍ର ଏବେ ଉକ୍ତ କାର୍ଡକୁ ବନ୍ଧା ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ଟଙ୍କା ଆଣି ଦେବାକୁ ଧମକ ଦେଉଛନ୍ତି।

Advertisment

ଜିଲ୍ଲାପାଳ ତୁରନ୍ତ ଏହି ଘଟଣାର ତଦନ୍ତ ନିମନ୍ତେ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେବା ସହ ସଦର ତହସିଲଦାରଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାକୁ କହିଥିଲେ। ଏହାପରେ ଆଜି ସ୍ୱାସ୍ଥ୍ୟ ବିଭାଗ, ମ୍ୟୁନିସିପାଲିଟି, ତହସିଲଦାର ଓ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚି ହସ୍ପିଟାଲକୁ ସିଲ୍‌ କରିଛନ୍ତି। ଏହି ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମସ୍ତ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପ୍ରାୟ ୬ ମାସ ହେବ ଏହି ହସ୍ପିଟାଲ କେନ୍ଦୁଝରରେ ଖୋଲିଥିବା ବେଳେ ଏହାର ମାଲିକ ବାରିପଦାର ରବୀନ୍ଦ୍ର ଦାସ ବୋଲି ଜଣାଯାଇଛି। ସେ ଜଣେ ଲାବରୋଟୋରି ଟେକନିସିଆନ ହୋଇଥିବା ବେଳେ କେନ୍ଦୁଝରରେ ଏକ ହସ୍ପିଟାଲ ଖୋଲିଥିଲେ।

ତେବେ ଏଠାରେ ଇନଚାର୍ଜ ଡାକ୍ତର କେହି ନ ଥିବା ବେଳେ ହସ୍ପିଟାଲ କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବୋଲି ଜଣାଯାଇଛି। ତେବେ କିପରି ଏଠାରେ ହସ୍ପିଟାଲ ଖୋଲିଲା, ଏଥିନିମନ୍ତେ କିଏ ଅନୁମତି ଦେଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Tension In Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe