Advertisment

ରାତିରେ ହଷ୍ଟେଲ୍‌ରେ ପଶି ଛାତ୍ରୀଙ୍କୁ ଟଣାଓଟରା, ଉତ୍ତେଜନା

ବିଳମ୍ୱିତ ରାତିରେ ଜଣେ ଦୁର୍ବୃତ୍ତ ପାଚେରୀ ଡେଇଁ ହଷ୍ଟେଲ୍‌ ଭିତରେ ପଶି ଥିଲା। ସେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଟଣା ଓଟରା କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣକ ଚିତ୍କାର କରିବାରୁ ଅନ୍ୟ ପିଲା ଓ କର୍ମଚାରୀମାନେ ଉଠି ପଡ଼ିଥିଲେ।

ଅଦ୍ୟତନ ହୋଇଛି
School

School

Advertisment

ବିଳମ୍ୱିତ ରାତି। ପୂରା ସ୍କୁଲ ନିଦରେ ଶୋଇଥିଲା! ତାହାରି ଭିତରେ ଜଣେ ଦୁର୍ବୃତ୍ତ ପାଚେରୀ ଡେଇ ସ୍କୁଲ ପରିସରରେ ଥିବା ହଷ୍ଟେଲ୍‌ରେ ପଶିଲେ। ପରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି।

Advertisment

ପାଟଣା ବ୍ଲକ୍‌ ବଡ଼ପାଟଣା ଅଞ୍ଚଳରେ ରହିଛି ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ ପରିସରରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ରହିଛି। ଏଠାରେ ରହି ବହୁ ଛାତ୍ରୀ ପାଠ ପଢ଼ୁଛନ୍ତି। ତେବେ ଶୁକ୍ରବାର ବିଳମ୍ୱିତ ରାତିରେ ଜଣେ ଦୁର୍ବୃତ୍ତ ପାଚେରୀ ଡେଇଁ ହଷ୍ଟେଲ୍‌ ଭିତରେ ପଶି ଥିଲା। ସେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଟଣା ଓଟରା କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣକ ଚିତ୍କାର କରିବାରୁ ଅନ୍ୟ ପିଲା ଓ କର୍ମଚାରୀମାନେ ଉଠି ପଡ଼ିଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲା।

ଆଜି ପରୀକ୍ଷା ଚାଲିଥିବା ବେଳେ ସ୍କୁଲକୁ ଆସିଥିବା ବାପାଙ୍କୁ ଘଟଣା ସମ୍ପର୍କରେ ଛାତ୍ରୀ ଜଣକ କହିଥିଲେ। ଏହା ପରେ ଘଟଣା ପ୍ରଘଟ ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରି ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଫଳରେ ସ୍କୁଲ ପରିସରରେ ଉତ୍ତେଜନା ଲାଗି ରହିଛି।

Advertisment

ଏହି ଘୃଣ୍ୟ ଘଟଣାକୁ ନେଇ ଏବେ ସ୍କୁଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକରେ ବଡ଼ପାଟଣା ସରପଞ୍ଚ ବନତି ବାନରା, ପୂର୍ବତନ ସରପଞ୍ଚ ସୋମବାରି ମୁଣ୍ଡା, ଚନ୍ଦ୍ର ଶେଖର ନାଏକ, ଇନ୍‌ଚାର୍ଜ ପ୍ରଧାନଶିକ୍ଷକ ଯଶୋବନ୍ତ ମହାନ୍ତ ପ୍ରମୁଖ ଯୋଗଦେଇଛନ୍ତି। ଦୁର୍ବୃତ୍ତ କେମିତି ପାଚେରୀ ଡେଇଁ ହଷ୍ଟେଲରେ ପଶିଲା, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପରିନାହିଁ। ଖବର ପାଇ ଏବିଓ ସ୍କୁଲରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକ ସ୍କୁଲରୁ ଘରକୁ ନେଇ ଯାଇଛନ୍ତି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Keonjhar School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe