ବିବାହକୁ ପୂରି ନାହିଁ ୫ଦିନ, ନବବଧୂ ମଥାରୁ ଲିଭିଗଲା ସିନ୍ଦୂର

ଆଜି ସକାଳେ ଗ୍ରାମବାସୀ ଜଙ୍ଗଲକୁ ମହୁଲ ଗୋଟେଇବା ପାଇଁ ଯାଇଥିଲେ। ନିର୍ମଳ ନିଜ ଲୁଙ୍ଗିକୁ ଗଛ ଡାଳରେ ବାନ୍ଧି ଫାଶି ଦେଇଥିବା ଦେଖିଥିଲେ।

marriage PhotoOR

ନିର୍ମଳଙ୍କ ବିବାହ ସମୟର ଫଟୋ

Tapaswini Nayak
  • Published: Wednesday, 15 March 2023
  • Updated: 15 March 2023, 01:46 PM IST

ହାତରୁ ଛାଡ଼ିନି ମହେନ୍ଦି, ପାଦରୁ ଲିଭିନାହିଁ ଅଳତା। ହେଲେ ନବବଧୂର ମଥାରୁ ଲିଭିଗଲା ସିନ୍ଦୂର। ବିବାହର ୫ଦିନ ପୂରି ନଥିବା ବେଳେ ସ୍ୱାମୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଅଧିନସ୍ଥ କାଳିମାଟି ଗାଁରେ। ମୃତ ଯୁବକ ଜଣଙ୍କ ହେଲେ କାଳିମାଟି ଗାଁର ନିର୍ମଳ ସାହୁ।

ନିର୍ମଳ ଗତ ୧୦ ତାରିଖରେ ବିବାହ କରିଥିଲେ। ଗତକାଲି ନିର୍ମଳ ସକାଳେ ପିଆଜ ଆଣିବାକୁ ବଗିଚାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ନିର୍ମଳଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ।

Also Read

ଆଜି ସକାଳେ ଗ୍ରାମବାସୀ ଜଙ୍ଗଲକୁ ମହୁଲ ଗୋଟେଇବା ପାଇଁ ଯାଇଥିଲେ। ନିର୍ମଳ ନିଜ ଲୁଙ୍ଗିକୁ ଗଛ ଡାଳରେ ବାନ୍ଧି ଫାଶି ଦେଇଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ନିର୍ମଳଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos