marriage
ହାତରୁ ଛାଡ଼ିନି ମହେନ୍ଦି, ପାଦରୁ ଲିଭିନାହିଁ ଅଳତା। ହେଲେ ନବବଧୂର ମଥାରୁ ଲିଭିଗଲା ସିନ୍ଦୂର। ବିବାହର ୫ଦିନ ପୂରି ନଥିବା ବେଳେ ସ୍ୱାମୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଅଧିନସ୍ଥ କାଳିମାଟି ଗାଁରେ। ମୃତ ଯୁବକ ଜଣଙ୍କ ହେଲେ କାଳିମାଟି ଗାଁର ନିର୍ମଳ ସାହୁ।
ନିର୍ମଳ ଗତ ୧୦ ତାରିଖରେ ବିବାହ କରିଥିଲେ। ଗତକାଲି ନିର୍ମଳ ସକାଳେ ପିଆଜ ଆଣିବାକୁ ବଗିଚାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ନିର୍ମଳଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ।
ଆଜି ସକାଳେ ଗ୍ରାମବାସୀ ଜଙ୍ଗଲକୁ ମହୁଲ ଗୋଟେଇବା ପାଇଁ ଯାଇଥିଲେ। ନିର୍ମଳ ନିଜ ଲୁଙ୍ଗିକୁ ଗଛ ଡାଳରେ ବାନ୍ଧି ଫାଶି ଦେଇଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ନିର୍ମଳଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/marriage_1678861204.jpg)