Advertisment

ଲୁହା ବୋଝେଇ ଟ୍ରକ୍‌ ଡ୍ରାଇଭର ଶୋଇପଡ଼ିଲା, ଯାତ୍ରୀବାହି ବସ୍‌କୁ ଧକ୍କା ଦେବାରୁ ୧୫ ଆହତ

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୨୦ର ବିର୍ସା ମୁଣ୍ଡା ଛକରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Accident

Accident

ଚଳନ୍ତା ଲୁହା ବୋଝେଇ ଟ୍ରକ୍‌ର ଡ୍ରାଇଭର ଶୋଇପଡ଼ିବାରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ ଯାତ୍ରୀବାହି ବସ୍‌କୁ ଦୃତଗତିରେ ଆସୁଥିବା ଏହି ଲୁହା ପଥର ବୋଝେଇ ଟ୍ରକ୍ ଧକ୍କା ଦେଇଛି। ଦୁର୍ଘଟଣାରେ ବସ୍‌ରେ ଯାଉଥିବା ୧୫ ଯାତ୍ରୀ ଆହତ ହୋଇଛନ୍ତି। ଏହି ବସ୍ ଯାଜପୁରରୁ କରଞ୍ଜିଆ ଯାଉଥିଲା। ଆଜି କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୨୦ର ବିର୍ସା ମୁଣ୍ଡା ଛକରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ୧୫ ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପ୍ରଥମେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରଙ୍କୁ କେଉଁଝର ଜିଲ୍ଲା ମେଡିକାଲ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ମୁତାବକ ଦିନ ପ୍ରାୟ ସାଢ଼େ ୧ଟାରେ ଏହି ବସ୍ ଆନନ୍ଦପୁରରୁ ଛାଡ଼ିଥିଲା। ଦିନ ପ୍ରାୟ ୨ଟା ବେଳେ ବିର୍ସା ମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ବସ୍‌ରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଥିଲେ। ବସ୍‌ର ସାମ୍ନାରୁ ଦ୍ରୁତଗତିରେ ଆସିଥିବା ଟ୍ରକ୍‌ଟି ଧକ୍କା ଦେଇଥିଲା। କେଉଁଝର ପାର୍ଶ୍ୱରୁ ଆସୁଥିବା ଟ୍ରକ୍‌କୁ ଚଳାଉଥିବା ଡ୍ରାଉଭର ନିଦରେ ଘୁମାଇ ପଡ଼ିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

ଦୁର୍ଘଟଣା ଏତେ ଜୋର ଥିଲା ଯେ ବସ୍‌ଟି କେଉଁଝର ଆଡ଼କୁ ଯାଉଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଅନ୍ୟ ପାର୍ଶ୍ୱକୁ ବୁଲି ଯାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଜାତୀୟ ରାଜପଥ ମରାମତି ଚାଲିଥିବାରୁ ୪ ଲାଇନ୍‌ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ଦ ଥିଲା। ଅନ୍ୟ ଗୋଟିଏ ପାର୍ଶ୍ୱ ରାସ୍ତାରେ ଯାତାୟତ ହେଉଥିଲା। ଟ୍ରକ୍‌ ଡ୍ରାଭର ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଛି।

Advertisment

ସ୍ଥାନୀୟ ଲୋକେ ଓ ପୁଲିସ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଏଥିସହ ପୁଲିସ ଘଟଣାର ତଦନ୍ତ କରୁଛି।

Accident Kendujhar Road Accident