କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGT ଛାଟ, ବ୍ୟକ୍ତିଗତ ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ

ଆନନ୍ଦପୁର(ମୁନା ସିଂ): ବେଆଇନ ମାଙ୍କଡ଼ା ପଥର ଖନନ ଅଭିଯୋଗରେ  କେନ୍ଦୁଝର ଜିଲ୍ଲା ପ୍ରଶାସନ ପିଠିରେ ବାଜିଲା ନ୍ୟାସନାଲ ଗ୍ରୀନ ଟ୍ରୁବ୍ୟୁନାଲ-NGT ଛାଟ। ବ୍ୟକ୍ତିଗତ ହାଜର ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦ୍ଦେଶ । କେନ୍ଦୁଝର ଜିଲ୍ଲା ଘଷିପୁରା ତହସିଲ ଅନ୍ତର୍ଗତ ମଦନପୁର ମୋଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ରେ NGTରେ ଅଭିଯୋଗ କରିଥିଲେ ମଦନପୁର ଗାଁର ସୁଧାଂଶୁ କୁଅଁର । ସୁଧାଂଶୁଙ୍କ ଅଭିଯୋଗକୁ ଆଧାର କରି କୋଲକତା ଓ […]

forest

Niharika Rout
  • Published: Friday, 18 March 2022
  • , Updated: 18 March 2022, 06:34 PM IST

ଆନନ୍ଦପୁର(ମୁନା ସିଂ): ବେଆଇନ ମାଙ୍କଡ଼ା ପଥର ଖନନ ଅଭିଯୋଗରେ  କେନ୍ଦୁଝର ଜିଲ୍ଲା ପ୍ରଶାସନ ପିଠିରେ ବାଜିଲା ନ୍ୟାସନାଲ ଗ୍ରୀନ ଟ୍ରୁବ୍ୟୁନାଲ-NGT ଛାଟ। ବ୍ୟକ୍ତିଗତ ହାଜର ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।

କେନ୍ଦୁଝର ଜିଲ୍ଲା ଘଷିପୁରା ତହସିଲ ଅନ୍ତର୍ଗତ ମଦନପୁର ମୋଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ରେ NGTରେ ଅଭିଯୋଗ କରିଥିଲେ ମଦନପୁର ଗାଁର ସୁଧାଂଶୁ କୁଅଁର । ସୁଧାଂଶୁଙ୍କ ଅଭିଯୋଗକୁ ଆଧାର କରି କୋଲକତା ଓ ଦିଲ୍ଲୀ ଜୋନରୁ NGT ଅଧିକାରୀ ଆସି ଏହି ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟରେ ୭ କୋଟି ୩୦ ଲକ୍ଷ ଟଙ୍କାର ରାଜସ୍ୱ ନଷ୍ଟ ହୋଇଥିବା ଦର୍ଶାଇ, ସଂପୃକ୍ତ ମାଫିଆଙ୍କଠାରୁ କେନ୍ଦୁଝର ଜିଲ୍ଲାପାଳ ଏହାକୁ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

[caption id="attachment_721181" align="aligncenter" width="650"] ବେଆଇନ ଭାବେ ମାଙ୍କଡ଼ା ଚାଲାଣ ଯୋଗୁ ମଦନପୁର ସଂରକ୍ଷିତ ଜଙ୍ଗଲରେ ସୃଷ୍ଟି ହୋଇଛି ଖାତ ।[/caption]

 

ଏହି ରାଜସ୍ୱ ଆଦାୟ କରିବାରେ ବିଫଳ ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଦୁଇ ଥରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାତ୍ର ୨ଲକ୍ଷ ୨୧ ହଜାର ଟଙ୍କା ପଇଠ ହୋଇଛି । ତେଣୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଶାସନିକ ଅଧିକାରୀ ଏବଂ ପଥର ମାଫିଆଙ୍କ ମଧୁଚନ୍ଦ୍ରିକାରେ ଶହଶହ ଟ୍ରିପ ପଥର ଚାଲାଣ କରାଯାଇଛି । ଫଳରେ ସବୁଜ ସୁନ୍ଦର ପରିବେଶ ନଷ୍ଟ ହେବା ସହିତ ବଡ଼ ବଡ଼ ଖାଲ ସୃଷ୍ଟି ହେଉଛି । ଏହି ଖାଲରେ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁ ପଡ଼ି ପ୍ରାଣ ହରାଉଛନ୍ତି।

Related story