Advertisment

ଆନ୍ଦୋଳନକୁ ଓହ୍ଲାଇବେ ଲାଇଟ୍ ସାଉଣ୍ଡ ଓ ଟେଣ୍ଟ ମାଲିକ

କେନ୍ଦୁଝର(ପ୍ରଣୟ ପାଣି): କରୋନା ମହାମାରୀରେ ଅନେକ ଲୋକ ଜୀବନ ଜୀବିକା ହରାଇଥିବା ବେଳେ ଅନେକ ବେରୋଜଗାର ହୋଇଛନ୍ତି। ତେବେ ମହାମାରୀରେ ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ଫୁଲ ,ଲାଇଟ ସାଉଣ୍ଡ ଓ ଟେଣ୍ଟ  ମାଲିକ । ଏଥିସହ ଏମାନଙ୍କ ଉପରେ ନିର୍ଭର  କରି ଚଳୁଥିବା କର୍ମଚାରୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି।  ବିବାହ , ବ୍ରତ ଓ ସୁଧି କାମରେ  ଵ୍ୟଵହାର ହେଉଥିବା ଫୁଲ ,ଲାଇଟ ସାଉଣ୍ଡ ଓ ଟେଣ୍ଟ ବ୍ୟବସାୟ ଲୋପ ପାଇଯିବାକୁ ବସିଲାଣି। ଏଭଳି ପରିସ୍ଥିତରେ ଅନଲକରେ […]

author-image
Tapas Behera
ଅଦ୍ୟତନ ହୋଇଛି
ଆନ୍ଦୋଳନକୁ ଓହ୍ଲାଇବେ ଲାଇଟ୍ ସାଉଣ୍ଡ ଓ ଟେଣ୍ଟ ମାଲିକ

790

କେନ୍ଦୁଝର(ପ୍ରଣୟ ପାଣି): କରୋନା ମହାମାରୀରେ ଅନେକ ଲୋକ ଜୀବନ ଜୀବିକା ହରାଇଥିବା ବେଳେ ଅନେକ ବେରୋଜଗାର ହୋଇଛନ୍ତି। ତେବେ ମହାମାରୀରେ ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ଫୁଲ ,ଲାଇଟ ସାଉଣ୍ଡ ଓ ଟେଣ୍ଟ  ମାଲିକ । ଏଥିସହ ଏମାନଙ୍କ ଉପରେ ନିର୍ଭର  କରି ଚଳୁଥିବା କର୍ମଚାରୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି।  ବିବାହ , ବ୍ରତ ଓ ସୁଧି କାମରେ  ଵ୍ୟଵହାର ହେଉଥିବା ଫୁଲ ,ଲାଇଟ ସାଉଣ୍ଡ ଓ ଟେଣ୍ଟ ବ୍ୟବସାୟ ଲୋପ ପାଇଯିବାକୁ ବସିଲାଣି।

Advertisment

ଏଭଳି ପରିସ୍ଥିତରେ ଅନଲକରେ ବିବାହ, ବ୍ରତ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ  ୨୫ ଜଣଙ୍କୁ ଅନୁମତି ପ୍ରଦାନ କରାଯିବା ନିଷ୍ପତିକୁ ବିରୋଧ କରାଯାଇଛି।  ଆଜି କେନ୍ଦୁଝର ଜିଲ୍ଲାର ଶତାଧିକ ଫୁଲ , ଟେଣ୍ଡ ସାଉଣ୍ଡ ଓ ଲାଇଟ ମାଲିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଓ କରାଯାଇଥିଲା। ଏଥିସହ ୨୫ ଜଣଙ୍କ ବଦଳରେ ୩୦୦ ଲୋକଙ୍କୁ ଅନୁମତି  ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ମାଲିକ। ଯଦି  ଦୃଷ୍ଟି ନ ଦିଅନ୍ତି  ଆଗକୁ  ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେହିପରି ଆଜି ଭୁବନେଶ୍ୱରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ସରକାରଙ୍କୁ ନିଜ ଦୁଃଖ ଜଣାଇଛନ୍ତି ଟେଣ୍ଟ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର ସଦସ୍ୟ  ।

Advertisment

ଏନେଇ ସଂଘର କର୍ମକର୍ତ୍ତା କହିଛନ୍ତି,  ୨ ବର୍ଷ ହେଲା ଆମେ ବେକାର ହୋଇ ବସିଛୁ। ୫ ହଜାର ମାଲିକକୁ ଷ୍ଟାଫ ସଂଖ୍ୟା ୧୦ ଲକ୍ଷ । ୧୦ ଲକ୍ଷ ପରିବାରଙ୍କୁ ଆମେ ପୋଷୁଛୁ। କିନ୍ତୁ ଏବେ ନିଜେ ଚଳିବା କଷ୍ଟକର ହୋଇ ପଡ଼ିଲାଣି।  ନା ଷ୍ଟାଫଙ୍କୁ ଚଳାଇ ପାରୁଛୁ  ନା ନିଜେ ଚଳି ପାରୁଛୁ। ୨ ବର୍ଷ ହେଲାଣି ଆମେ ବେକାର ହୋଇ ବସିଛୁ। ତେଣୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟରେ  ୨୫ ପରିବର୍ତ୍ତେ  ୩୦୦ ଲୋକଙ୍କୁ ଅନୁମତି ଦିଅନ୍ତୁ।  ଅଗଷ୍ଟ ୧୫ ଭିତରେ ପରିମଶନ ମିଳିଲେ କିଛି ବୁକିଂ କରିପାରିବୁ।

ଅନ୍ୟ ଜଣେ କର୍ମକର୍ତ୍ତା କହିଛନ୍ତି, ସରକାର ମଲ୍‌, ସିନେମା ହଲ୍‌, ପାର୍କ ଆଦି ସବୁ ଖୋଲି ସାରିଲେଣି। ହେଲେ ଆମକୁ କାହିଁକି ୨୫ରେ ସୀମିତ ରଖିଛନ୍ତି । ୨୫ ଲୋକରେ କୌଣସି କାମ କରିବା ସମ୍ଭବ ନୁହେଁ। ଅତି କମ୍‌ରେ ୩୦୦ ଲୋକଙ୍କୁ ଅନୁମତି ଦିଅନ୍ତୁ। ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ଆମେ କାମ କରିବାକୁ ରାଜି ଅଛୁ।

ପେଟପାଟଣା ପାଇଁ ଜିଦ୍‌ରେ  ଅଡ଼ି ବସିଥିବା କ୍ୟାଟରିଂ ବ୍ୟବସାୟୀଙ୍କ ଦାବି ସରକାର କେତେ ଦୂର ମାନୁଛନ୍ତି, ନା ସେମାନଙ୍କ ପାଇଁ କିଛି ଅଲଗା ବ୍ୟବସ୍ଥା କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।