Advertisment

ଗୁଗଲ୍ ମ୍ୟାପ୍‌ ଦେଖି ଫସିଗଲେ ଟ୍ରକ୍‌ ଡ୍ରାଇଭର

ତେଲକୋଇ( ଚିନ୍ମୟ ସାହୁ) ଗୁଗଲ୍ ମ୍ୟାପ୍ ଦେଖି ଗନ୍ତବ୍ୟସ୍ଥଳକୁ ଯାଉଥିଲେ। ହେଲେ ଘାଟି ରାସ୍ତାରେ ଫସି ଦୁର୍ଘଟଣାର ଶିକାର ହେଲେ। ଗୁଗଲ୍ ମ୍ୟାପ୍‌କୁ ଅନୁଧ୍ୟାନ କରି ଗାଡ଼ି ଚଲେଇ ଆଗକୁ ବଢ଼ୁଥିଲେ ହେଲେ ତାଙ୍କ ସହ ଏମିତି ଘଟିବ ବୋଲି ଜାଣି ନଥିଲେ।  ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତା କାଞ୍ଜିପାଣି ଘାଟିରେ କୋଲକତାରୁ ସୁରଟ ଯାଉଥିବା ଏକ କଣ୍ଟେନର ଟ୍ରକ ଭାରସମ୍ୟ ହରାଇ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସମ୍ୟ ହରାଇ ଘାଟି ରାସ୍ତାର […]

author-image
Tapas Behera
ଅଦ୍ୟତନ ହୋଇଛି
ଗୁଗଲ୍ ମ୍ୟାପ୍‌ ଦେଖି ଫସିଗଲେ ଟ୍ରକ୍‌ ଡ୍ରାଇଭର

6nm

ତେଲକୋଇ( ଚିନ୍ମୟ ସାହୁ) ଗୁଗଲ୍ ମ୍ୟାପ୍ ଦେଖି ଗନ୍ତବ୍ୟସ୍ଥଳକୁ ଯାଉଥିଲେ। ହେଲେ ଘାଟି ରାସ୍ତାରେ ଫସି ଦୁର୍ଘଟଣାର ଶିକାର ହେଲେ। ଗୁଗଲ୍ ମ୍ୟାପ୍‌କୁ ଅନୁଧ୍ୟାନ କରି ଗାଡ଼ି ଚଲେଇ ଆଗକୁ ବଢ଼ୁଥିଲେ ହେଲେ ତାଙ୍କ ସହ ଏମିତି ଘଟିବ ବୋଲି ଜାଣି ନଥିଲେ।  ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତା କାଞ୍ଜିପାଣି ଘାଟିରେ କୋଲକତାରୁ ସୁରଟ ଯାଉଥିବା ଏକ କଣ୍ଟେନର ଟ୍ରକ ଭାରସମ୍ୟ ହରାଇ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସମ୍ୟ ହରାଇ ଘାଟି ରାସ୍ତାର ସୁରକ୍ଷା ବାଡ଼ରେ ପିଟି ହୋଇଯାଇଥିଲା ଟ୍ରକ୍‌।

Advertisment

ତେବେ ଗାଡିର ଡ୍ରାଇଭର ଓ ହେଲପରଙ୍କ ବିଶେଷ କିଛି ହୋଇନଥିଲା। ସବୁଠାରୁ ବଡ଼କଥା ଏଇ ଦୁର୍ଘଟଣା ପାଇଁ ଟ୍ରକ ଚଳାଉଥିବା ଡ୍ରାଇଭର ଗୁଗୁଲ ମ୍ୟାପର ଭୁଲ ନିର୍ଦ୍ଦେଶ କୁ ଦାୟୀ କରିଛନ୍ତି।

ଡ୍ରାଇଭର ବୀରଙ୍କ କହିବା ଅନୁଯାଇ କୋଲକତା ଠାରୁ ସୁରଟ ଅଭିମୁଖେ ସେ ଗୁଗୁଲ ମ୍ୟାପ ସହାୟତା ରାସ୍ତା ଦେଖି ଯାଉଥିଲେ। ହେଲେ କାଞ୍ଜିପାଣି ଠାରୁ ଗୁଗୁଲ ମ୍ୟାପ୍‌ରେ 49 no ଜାତୀୟ ରାଜପଥ ରାସ୍ତା ବନ୍ଦ ଥିବା ଦେଖାଇ ଥିଲା। ଏହା ସହିତ କାଞ୍ଜିପାଣି ଠାରୁ ତେଲକୋଇ ହୋଇ ଜଗମୋହନପୁର ରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାକୁ  ମ୍ୟାପରେ ଦେଖାଇବାରୁ ସେ କାଞ୍ଜିପାଣି – ତେଲକୋଇ ରାସ୍ତାରେ ଆସିଥିଲେ । ହେଲେ ଘାଟିର ଅଣ ଓସାରିଆ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତେବେ ଘାଟି ରାସ୍ତାରେ ଗାଡି ଚଳାଇବାର ଅନୁଭୂତି ଡ୍ରାଇଭରଙ୍କ ନଥିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରିହେଉଛି।

Advertisment
Google