Advertisment

ସାବିତ୍ରୀ ପୂଜା କରୁ କରୁ ଜଳିଗଲେ ମହିଳା

ସାବିତ୍ରୀରେ ମହିଳା ଜଣଙ୍କ ଘରେ ପୂଜାପାଠ କରୁଥିବା ସମୟରେ ଶାଢ଼ିରେ ନିଆଁ ଲାଗିଯାଇଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ସାବିତ୍ରୀ ବତ୍ରରେ ଅଘଟଣ ଘଟିଯାଇଛି। ଘରେ ପୂଜାପାଠ ଚାଲିଥିଲାବେଳେ ଦୀପରୁ ନିଆଁ ଲାଗି ଜଣେ ମହିଳା ପୋଡ଼ିଯାଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ। ଆହତ ମହିଳା ଜଣଙ୍କ ହେଲେ ଆନନ୍ଦପୁର ସହରର ଜଣେ ପ୍ରତିଷ୍ଠିତ ମିଠା ବ୍ୟବସାୟୀଙ୍କ ବୋହୂ।

Advertisment

ସାବିତ୍ରୀ ଥିବାରୁ ଗତକାଲି ମହିଳାଙ୍କ ଘରେ ପୂଜାପାଠ ଚାଲିଥିଲା। ଏହି ପୂଜାରେ ଅନ୍ୟ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ। ହଠାତ୍ ଦୀପରୁ ନିଆଁ ମହିଳାଙ୍କ ଶାଢ଼ିରେ ଲାଗିଯାଇଥିଲା। ପରିବାର ଲୋକେ ଏହା ଦେଖି ସଙ୍ଗେସଙ୍ଗେ ପାଣି ଢାଳି ନିଆଁକୁ ଲିଭାଇ ଦେଇଥିଲେ। ହେଲେ ନିଆଁରେ ମହିଳାଙ୍କୁ ଶରୀର କିଛି ଅଂଶ ପୋଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Keonjhar Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe