Advertisment

ହାତୀଙ୍କ ଉପରେ କଡ଼ା ନଜର ରଖୁଛି ଥର୍ମାଲ ଡ୍ରୋନ, ଦେଉଛି ଟିକିନିଖି ଖବର

କେନ୍ଦୁଝର ବନଖଣ୍ଡରେ ଥିବା ୭ଟି ରେଞ୍ଜ ଏବେ ହାତୀ ପ୍ରବଣ । ଏହି ସବୁ ରେଞ୍ଜରେ ହାତୀ- ମଣିଷ ସଂଘର୍ଷ ରୋକିବାକୁ ତଥା ମୃତ୍ୟୁମୁଖରୁ ହାତୀଙ୍କୁ ରକ୍ଷା କରିବାକୁ ଆରମ୍ଭ ହୋଇଛି ଥର୍ମାଲ ଡ୍ରୋନ ବ୍ୟବସ୍ଥା।

ଅଦ୍ୟତନ ହୋଇଛି
Elephants

Elephants

Advertisment

ହାତୀ- ମଣିଷ ସଂଘର୍ଷରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ଆଖି ବୁଜୁଛି ହାତୀ। ହାତୀ କେତେବେଳେ ଶିକାରୀ ଟାର୍ଗେଟରେ ପଡ଼ି ଯାଉଛି, ତ କେତେବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସୁଛି ନଚେତ ଖୋଲା କୂଅରେ ପଡ଼ି ଜୀବନ ହାରୁଛି। ପାଦେ ପାଦେ ହାତୀ ପ୍ରତି ବିପଦ ଥିବାରୁ ତାକୁ ଏହି ବିପଦରୁ ଉଦ୍ଧାର କରିବାରୁ ଅଣ୍ଟା ଭିଡ଼ିଛି ବନ ବିଭାଗ । ଏପରି ଦୁର୍ଘଟଣା ପ୍ରାୟତଃ ରାତିରେ ଘଟୁଥିବାରୁ, ହାତୀର ପ୍ରକୃତ ଲୋକେସନ ଚିହ୍ନଟ କରିବାକୁ ତଥା ରିୟଲ ଟାଇମ୍‌ ଜାଣିବାକୁ କେନ୍ଦୁଝର ବନ ଖଣ୍ଡରେ ଆରମ୍ଭ ହୋଇଛି ନୂଆ ପ୍ରୟାସ । ରାତିର ଅନ୍ଧକାରରେ ହାତୀ ଉପରେ କଡ଼ା ନଜର ରଖିବାକୁ ଗତ କିଛି ଦିନ ହେବ ବ୍ୟବହାର ହେଉଛି ଥର୍ମାଲ ଡ୍ରୋନ ।

Advertisment

କେନ୍ଦୁଝର ବନଖଣ୍ଡରେ ଥିବା ୭ଟି ରେଞ୍ଜ ଏବେ ହାତୀ ପ୍ରବଣ । ଏହି ସବୁ ରେଞ୍ଜରେ ହାତୀ- ମଣିଷ ସଂଘର୍ଷ ରୋକିବାକୁ ତଥା ମୃତ୍ୟୁମୁଖରୁ ହାତୀଙ୍କୁ ରକ୍ଷା କରିବାକୁ ଆରମ୍ଭ ହୋଇଛି ଥର୍ମାଲ ଡ୍ରୋନ ବ୍ୟବସ୍ଥା। ଏହାକୁ ପ୍ରଥମେ ଚମ୍ପୁଆ ରେଞ୍ଜରେ ବ୍ୟବହାର କରାଯାଇଛି । ଏଥି ସହ ପାଟଣା ଓ ଘଟଗାଁ ରେଞ୍ଜରେ ମଧ୍ୟ ରାତିରେ ହାତୀର ଗତିବିଧିକୁ ନେଇ ସଫଳ ପରୀକ୍ଷା କରାଯାଇଛି ।

ଏହି ଡ୍ରୋନ ବ୍ୟବହାର ଦ୍ୱାରା ହାତୀଙ୍କ ପ୍ରକୃତ ଗତିବିଧି ଜାଣି ହେବ । ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ସେମାନଙ୍କ ଚାଲିଚଳଣ ସହ ସେମାନେ  କେଉଁଆଡ଼ ମୁହାଁଉଛନ୍ତି ଆଦି ସବୁ ତଥ୍ୟ ଟିକିନିଖି ମିଳିପାରିବ। କେବଳ ସେତିକି ନୁହେଁ, ରୋଗିଣା ହାତୀଙ୍କୁ ଉଦ୍ଧାର କରିବା , ଦୁର୍ଗମ ଜଙ୍ଗଲରେ ହାତୀଙ୍କୁ ଖୋଜିବା ପାଇଁ ମଧ୍ୟ ଏହାର ବ୍ୟବହାର କରିହେବ । ଗୋଟିଏ ଦଳରେ କେତୋଟି ହାତୀ ଅଛନ୍ତି, ସେଥିରେ କେତୋଟି ଛୁଆ ହାତୀ ଅଛନ୍ତି, ସବୁ ଟିକିନିଖି ଖବର ଦେବ ଥର୍ମାଲ ଡ୍ରୋନ ।

Advertisment

ଏହବାଦ ନିଦ୍ଦିଷ୍ଟ ସ୍ଥାନରେ ହାତୀ ସ୍କ୍ୱାର୍ଡ ମୁତୟନ ସହ ଚୋରଙ୍କ ଉପରେ ନଜର ରଖିବା ପାଇଁ, ଉଚିତ ଦିଗରେ ହାତୀଙ୍କୁ ଘଉଡ଼ାଇବା ପାଇଁ ମଧ୍ୟ ଏହାର ବ୍ୟବହାର କରିହେବ । ମନୂଷ୍ୟ- ହାତୀ ସଂଘର୍ଷ କମାଇବା ପାଇଁ ଫଳପ୍ରଦ ହେବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

ଏନେଇ କେନ୍ଦୁଝର ଡିଏଫଓ ଧନରାଜ ଏଚଡି କହିଛନ୍ତି, ସବୁବେଳେ ହାତୀ- ମଣିଷ ମୁହାଁମୁହିଁ ହେଉଛନ୍ତି। ହାତୀମାନେ ଘର ଭାଙ୍ଗୁଛନ୍ତି, ଫସଲ ଖାଉଛନ୍ତି, ମଣିଷକୁ ମାରୁଛନ୍ତି। ତେଣୁ ଏହାକୁ ରୋକିବାକୁ ପୂର୍ବରୁ ମେସେଜ ସିଷ୍ଟମ, ଭଏସ ମେସେଜ, ମାଇକିଂ, ଫୁଟ ପାଟ୍ରୋଲିଂ ପରେ ବି ହାତୀଙ୍କ ରିୟଲ ଟାଇମ ଜାଣି ହେଉ ନ ଥିଲ। ତେଣୁ ଏବେ ଆଉ ପାଦେ ଆଗକୁ ଯାଇ ହାତୀଙ୍କ ଗତିବିଧି, ରିଅଲ ଟାଇମ ଜାଣିବାକୁ ଥର୍ମାଲ ଡ୍ରୋନ ବ୍ୟବସ୍ଥା କରାଯାଇଛି।

ଏହି ଡ୍ରୋନ ଦ୍ୱାରା ବନ୍ୟ ଜନ୍ତୁଙ୍କ ଶରୀର ତାପମାତ୍ରା ଆକଳନ କରାଯାଇ ଜଙ୍ଗଲରେ ଥିବା ହାତୀଙ୍କ ଗତିବିଧି ଜାଣି ହେଉଛି। ୫୦ ମିଟର ଦୂରରେ ହାତୀ ଥିଲେ ବି  ଡ୍ରୋନ ମାଧ୍ୟମରେ ସେମାନେ କେଉଁ ମୁହାଁ ହେଉଛନ୍ତି ଜାଣି ହେଉଛି । ରେଳ ଲାଇନ୍‌ ମୁହାଁ ହାତୀଙ୍କ ନିକଟରେ ଡ୍ରୋନ ଶବ୍ଦ ପହଞ୍ଚିଲେ ସେମାନେ ଡ୍ରୋନର ଶବ୍ଦ ଶୁଣି ଅଲଗା ଦିଗ ଆଡ଼େ ମୁହାଁଉଛନ୍ତି। ଫଳରେ ଟ୍ରେନ୍‌ ଦୁର୍ଘଟଣାରେ ହାତୀ ମୃତ୍ୟୁକୁ ବହୁ ମାତ୍ରାରେ କମା ଯାଇ ପାରିବ ।  

Keonjhar Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe