Advertisment

Missing: ଗୋଟିଏ ଦିନରେ ଗୋଟିଏ ଗାଁରୁ ୩ ଝିଅ ନିଖୋଜ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଚାଞ୍ଚଲ୍ୟ। ଗୋଟିଏ ଦିନରେ ଗୋଟିଏ ଗାଁରୁ ୩ ଜଣ ଝିଅ ନିଖୋଜ ହୋଇଯାଇଛନ୍ତି। ଏନେଇ ଆଜି ଘଷିପୁରା ଥାନାରେ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Jitendra Garnayak
Missing Girls

ନିଖୋଜ ଝିଅମାନଙ୍କ ମଧ୍ୟରୁ ୨ ଜଣ Photograph: (OR)

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଚାଞ୍ଚଲ୍ୟ। ଗୋଟିଏ ଦିନରେ ଗୋଟିଏ ଗାଁରୁ ୩ ଜଣ ଝିଅ ନିଖୋଜ ହୋଇଯାଇଛନ୍ତି। ଏନେଇ ଆଜି ଘଷିପୁରା ଥାନାରେ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଘଟଣାଟି ଘଟିଛି ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘଷିପୁରା ଥାନା ଚଅଁମୁଇଁ ଗାଁରେ। ନିଖୋଜ ଝିଅମାନଙ୍କ ମଧ୍ୟରୁ ଜଣେ ନାବାଳିକା। ତାଙ୍କୁ ୧୫ ବର୍ଷ ହୋଇଛି। ଅନ୍ୟ ଦୁଇ ଜଣଙ୍କୁ ୨୨ ଓ ୧୮ ବର୍ଷ ହୋଇଛି। ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ତିନି ଜଣ ଝିଅ ସାଙ୍ଗ ହୋଇ ଦୋକାନକୁ ଯାଇଥିଲେ। ସେମାନେ ସାଙ୍ଗ ହୋଇ ଯିବାର ଆଉ କିଛି ଛୁଆ ଦେଖିଥିଲେ। ସେହି ଛୁଆମାନଙ୍କୁ ଏହି ତିନି ଝିଅ ଦୋକାନକୁ ଯାଉଥିବା କହିଥିଲେ। କିନ୍ତୁ ସେମାନେ ଆଉ ଘରକୁ ଫେରି ନଥିଲେ।

ନିଖୋଜ ଥିବା ୨୨ ବର୍ଷୀୟା ଯୁବତୀଙ୍କ ବାପା କହିଛନ୍ତି, ଆମେ ଗତକାଲି ରାତି ୭ଟା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କଲୁ। କିନ୍ତୁ ସେମାନେ ଘରକୁ ଫେରିଲେ ନାହିଁ। ତା’ପରେ ଆମେ ବିଭିନ୍ନ ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲୁ। ସାଇପଡ଼ିଶା, ବନ୍ଧୁବାନ୍ଧବ ସବୁ ଜାଗାରେ ରାତି ତମାମ ଖୋଜିଲୁ। କିନ୍ତୁ କିଛି ଲାଭ ହେଲାନି। ଝିଅମାନେ ମିଳିଲେନି। 

Advertisment

ସେ ଆହୁରି କହିଛନ୍ତି ଯେ ଝିଅମାନେ ଦୁଇଟି ମୋବାଇଲ ଫୋନ୍ ନେଇ ଯାଇଛନ୍ତି। ଆମେ ଫୋନ୍‌ରେ ସେମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ସେମାନେ ଫୋନ୍ ଉଠାଇ ନଥିଲେ। 

ସେହିପରି ନିଖୋଜ ନାବାଳିକାଙ୍କ ବାପା କହିଛନ୍ତି ଯେ ପୂର୍ବରୁ କେବେ ଏମିତି ଘଟି ନଥିଲା। ସେ ଘରେ ନଜଣାଇ କେଉଁଆଡ଼େ ଯାଏ ନାହିଁ। କିନ୍ତୁ ଗତକାଲି ଗଲା ଯେ ଆଉ ପତ୍ତା ମିଳୁନାହିଁ। ଆମେ ଜାଣିପାରୁନୁ ସେମାନେ କେଉଁଠି ଥିବେ।

ପରିବାର ଲୋକେ ଆଜି ସକାଳେ ମଧ୍ୟ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅମାନଙ୍କୁ ନପାଇବାରୁ ସେମାନେ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଛାନଭିନ ଚଲାଇଛି। ପୁଲିସ୍ ସେମାନଙ୍କ ମୋବାଇଲ ଫୋନ୍ ଟ୍ରାକ୍‌ କଲେ ସେମାନଙ୍କ ଉପସ୍ଥିତି ଜଣାପଡ଼ିପାରେ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏହି ଝିଅମାନେ କୌଣସି ଦାଦନ ସର୍ଦ୍ଦାରଙ୍କ ପ୍ରଲୋଭନରେ ପଡ଼ିଥାଇପାରନ୍ତି ବୋଲି ବି ଆଶଙ୍କା କରାଯାଉଛି। କୌଣସି ଦାଦନ ସର୍ଦ୍ଦାର ସେମାନଙ୍କୁ ଭଲ ଟଙ୍କା ମିଳିବ ବୋଲି କହି ବାହାର ରାଜ୍ୟକୁ କାମ କରିବାକୁ ନେଇଥାଇପାରେ ବୋଲି ଆଲୋଚନା ହେଉଛି।