Advertisment

ସାରିଦେଲା ପଶ୍ଚିମାଝଡ଼, ଉଜୁଡ଼ିଗଲା ଏକର ଏକର ତରଭୁଜ ଚାଷ

ଭଲ ଚାଷ ହୋଇଥିଲା। ଋଣ ଟଙ୍କା ପରିଷୋଧ ହୋଇଯିବ ବୋଲି ଆଶା କରିଥିଲେ ଚାଷୀ। ଶନିବାର ଅମଳ କରିଥାଆନ୍ତେ। ତରଭୁଜ ବେପାରି ମଧ୍ୟ ଆଜି ଗାଡ଼ି ଧରି ଆସିବେ ବୋଲି କହିଥିଲେ।

Keonjhar

Keonjhar

Advertisment

ଆଜି ସକାଳେ ତରଭୁଜ ତୋଳିଥାଆନ୍ତେ। ହେଲେ ରାତିରେ ସାରିଦେଲା ପଶ୍ଚିମାଝଡ଼। ଝଡ଼ତୋଫାନ୍‌ ଓ କୁଆପଥର ମାଡ଼ରେ ଏକର ଏକର ତରଭୁଜ ଚାଷ ଉଜାଡ଼ିଦେଲା। ଆଜି ସକାଳେ ଉଜୁଡ଼ା ଖେତକୁ ଦେଖି ନିଜ ଛାତି ଭିତରେ ଥିବା କୋହକୁ ସମ୍ଭାଳି ପାରୁନାହିଁ ଚାଷୀ। ଋଣ ଟଙ୍କା କେମିତି ସୁଝିବେ? ସେହି ଚିନ୍ତାରେ ବିଲ ମୁଣ୍ଡରେ ବସି କାନ୍ଦୁଛି ଚାଷୀ। ଆଜି ଏପରି ଚିତ୍ର ଆସିଛି କେନ୍ଦୁଝରରୁ।

Advertisment

ସ୍ୱଳ୍ପ ବର୍ଷା ଯୋଗୁ ଚଳିତବର୍ଷ ଭଲ ଧାନ ହୋଇନଥିଲା। ତେଣୁ ପରିବାର ଚଳାଇବା ପାଇଁ ମଣ୍ଡେଇ ସାହିର ୮ ପରିବାର ମିଶି ୨୫ ଏକର ଜମିରେ ତରଭୁଜ ଚାଷ କରିଥିଲେ। ସେଥିପାଇଁ କିଏ ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ନେଇଥିଲେ ତ ଆଉ କିଏ ଗୋରୁ ଗାଈ ବିକିଥିଲେ। ଆଉ କିଏ ଧାର ଉଧାର କରି ତରଭୁଜ ଚାଷ କରିଥିଲେ। ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଆଉ ପରିଶ୍ରମର ଫଳ ଚାଷ ଜମିରେ ଦେଖିବାକୁ ମିଳିଥିଲା।

ଭଲ ଚାଷ ହୋଇଥିଲା। ଋଣ ଟଙ୍କା ପରିଷୋଧ ହୋଇଯିବ ବୋଲି ଆଶା କରିଥିଲେ ଚାଷୀ। ଶନିବାର ଅମଳ କରିଥାଆନ୍ତେ। ତରଭୁଜ ବେପାରି ମଧ୍ୟ ଆଜି ଗାଡ଼ି ଧରି ଆସିବେ ବୋଲି କହିଥିଲେ। ହେଲେ ସବୁ ଛାରଖାର କରିଦେଲା ପଶ୍ଚିମାଝଡ଼। ଶୁକ୍ରବାର ରାତିର ହୋଇଥିବା ଝଡ଼ତୋଫାନ୍‌ ଓ କୁଆପଥର ମାଡ଼ରେ ପୂରା ଚାଷ ଉଜୁଡ଼ି ଯାଇଛି। ବଡ଼ ବଡ଼ ତରଭୁଜ ଫାଟି ମାଟି ପଡ଼ିଛି। ପାଣିରେ ବୁଡ଼ି ରହିଛି ତଳଭୁଜ ଗଛ। ଆଜି ସକାଳେ ଚାଷ ଜମିକୁ ଯାଇ ଭଙ୍ଗ ତରଭୁତ ଗୋଟାଉଛି ଚାଷୀ। ତାକୁ ବା କଣ କରିବ? କେବଳ ଖତ ହେବା ଛଡ଼ା ଅନ୍ୟ କାମରେ ଲାଗିବ ନାହିଁ। ଏପରି ଚିତ୍ର କେବଳ ମଣ୍ଡେଇ ସାହିରୁ ଆସିନାହିଁ। କନ୍ତଲେଈ, ଉଦୟଗିରି ଆଦି ବହୁ ଗାଁରେ ଦେଖିବାକୁ ମିଳିଛି।

Advertisment

ଚାଷୀ ଶୁଶାନ୍ତ କୁମାର ମହାନ୍ତ କହିଛନ୍ତି, “ଆଜି ତରଭୁଜ ବିକିଥାଆନ୍ତୁ। ସେଥିପାଇଁ ତରଭୁଜ ନେବାକୁ ବ୍ୟବସାୟୀ ଆସିଥିଲେ। ହେଲେ ତା’ପୂର୍ବରୁ ଅର୍ଥାତ ଶୁକ୍ରବାର ରାତିରେ ହୋଇଥିବା କୁଆପଥର ବର୍ଷା ସବୁ ସାରିଦେଲା। ସବୁ ତରଭୁଜ ନଷ୍ଟ ହୋଇଯାଇଛି। ବର୍ଷ ସାରା ଚଳିବୁ କେମିତି? ଋଣ ଟଙ୍କା କେମିତି ସୁଝିବୁ, ଜାଣିପାରୁ ନାହିଁ ବୋଲି ଶୁଶାନ୍ତ କହିଛନ୍ତି।

ଚାଷୀ ଝରଣା ମହାନ୍ତ କହିଛନ୍ତି, ସ୍ୱୟଂସହାୟଗ ଗୋଷ୍ଠୀର ୨ ଲକ୍ଷ ଟଙ୍କା ଋଣ ଆଣି ତରଭୁଜ ଚାଷ କରିଥିଲୁ। ଋଣ ଟଙ୍କା କେମିତି ସୁଝିବୁ? ପିଲା ଛୁଆକୁ କେମିତି ପୋଷିବୁ ଜାଣିପାରୁ ନାହୁଁ ବୋଲି ଝରଣା କହିଛନ୍ତି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe