Advertisment

କଲବଲ କଲେ ଡାକ୍ତର, ଚାଲିଗଲା ମା’ ଓ ଗର୍ଭସ୍ଥ ଶିଶୁର ଜୀବନ

ଯେଉଁଠି ସରକାରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ କରାଇ ମା’ ଓ ଶିଶୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସରକାର ଆହ୍ୱାନ ଦେଉଛନ୍ତି, ସେଠାରେ ଏଭଳି ଅବହେଳା ଉଦ୍‌ବେଗ ବିଷୟ ହୋଇଛି।

ଅଦ୍ୟତନ ହୋଇଛି
mother and infant loss their life

mother and infant loss their life

Advertisment

ପରିବାରକୁ ନୂଆ ସଦସ୍ୟ ଆସୁଥିଲା। ତେଣୁ ପୂରା ପରିବାର ଲୋକେ ଖୁସି ଥିଲେ। ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା, ପୁଣି ସେ ଡାକ୍ତରଖାନାରୁ ଅନ୍ୟଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଭିତରେ ଅସହ୍ୟ ଗର୍ଭ ଯନ୍ତ୍ରଣା ସହି ନ ପରି ମା’ ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଏହି ଅଭାବନୀୟ ଘଟଣା ନିମନ୍ତେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ। ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣକ କେନ୍ଦୁଝର ସାହରପଡ଼ା ବ୍ଳକ ଅନ୍ତର୍ଗତ ଉଦୟପୁର ଗାଁ’ର ରାଜ କିଶୋର ପାତ୍ରଙ୍କ ସ୍ତ୍ରୀ ରିଙ୍କି ପାତ୍ର।

Advertisment

ରିଙ୍କି ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ପାଇବାରୁ ତାଙ୍କୁ ପରିବାର ଲୋକେ ତୁରନ୍ତ ଉଦୟପୁର ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏଠାରେ ଥିବା ଡାକ୍ତର ଓ ନର୍ସ ରିଙ୍କିଙ୍କ ସ୍ଥିତି ଦେଖିବା ପରେ ଡରିବାର କିଛିନାହିଁ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ହେଲେ ରିଙ୍କି ଓ ତାଙ୍କ ଗର୍ଭସ୍ଥ ଶିଶୁର ଅବସ୍ଥା ଖରାପ ହେଉଥିବା ଦେଖି ଆଜି ସକାଳୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ରିଙ୍କିଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଏହି ସମୟରେ ତାଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା। ଏଠାରୁ ତାଙ୍କୁ ଅପରେସନ ରୁମ୍‌କୁ ନିଆଯାଇଥିବା ବେଳେ ଗର୍ଭସ୍ଥ ଶିଶୁ ସହ ମୃତ୍ୟୁ ହୋଇଥିଲା।

Family memberପରିବାର ସଦସ୍ୟ

ସ୍ୱାମୀ ରାଜ କିଶୋର ପାତ୍ର କହିଛନ୍ତି, ବାରମ୍ବାର ରୋଗୀକୁ ଏ ଡାକ୍ତରଖାନରୁ ସେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକର ମା’ ଭାଗବତୀ ପାତ୍ର କହିଛନ୍ତି, ଚିକିତ୍ସା ଅବହେଳା କରିବାରୁ ଝିଅ ଓ ତା’ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ମୃତକର ଭଉଣୀ ସୁଜାତା ପାତ୍ର କହିଛନ୍ତି, ରିଙ୍କିର ତୃତୀୟ ପିଲା ହେବାର ଥିଲା। ରିଙ୍କିକୁ ଭର୍ତ୍ତି କରିବା ବେଳେ ଉଦୟପୁର ଡାକ୍ତରଖାନାରେ ଅପରେସନ ସୁବିଧା ନ ଥିବା ପରିବାର ଲୋକେ ଜାଣି ନ ଥିଲେ। ଏନେଇ ମଧ୍ୟ ଡାକ୍ତରଖାନା ପକ୍ଷରୁ କୁହାଗଲା ନାହିଁ। ଯେତେବେଳେ ମା’ ଓ ଗର୍ଭସ୍ଥ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେଲା ସେତେବେଳକୁ ଏନେଇ କୁହାଗଲା। ସେଠାରୁ ରୋଗୀଙ୍କୁ ଅକ୍ସଜେନ୍ ଲଗାଇ କେନ୍ଦୁଝର ଅଣାଗଲା। ଏଠାରେ ପହଞ୍ଚିବା କ୍ଷଣି ଅକ୍ସଜେନ୍ ଖୋଲିଦିଆଗଲା। ଲେବର ରୁମ୍‌କୁ ନିଆଯିବାର କିଛି ସମୟ ପରେ ମା’ ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଗଲା ବୋଲି ନର୍ସ ଆସି କହିଲେ। ଏଥିରୁ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଏହି ଦୁଃଖଦ ଘଟଣା ଘଟିଲା ବୋଲି ଜଳଜଳ ଦିଶୁଥିବା ସୁଜାତା କହିଛନ୍ତି।

Advertisment

ତେବେ ଏ ନେଇ ଚିକିତ୍ସା କରୁଥିବା ଡାକ୍ତର କିମ୍ବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପଟେ ପତ୍ନୀ ଓ ଗର୍ଭସ୍ଥ ଶିଶୁର ମୃତଦେହ ମିଳି ନଥିବାରୁ ଏହି ପରିବାର ଲୋକେ ମେଡ଼ିକାଲ ଫାଣ୍ଡିର ଦ୍ଵାରସ୍ଥ ହୋଇଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Unnatural Death Government Of Odisha Mother Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe