Advertisment

ମାଉସୀ ଘରକୁ ଯିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ମହିଳାଙ୍କର ଡାକ୍ତରୀ ମାଇନା ପାଇଁ ଏ ମେଡ଼ିକାଲରୁ ସେ ମେଡ଼ିକାଲ୍‌କୁ ପୁଲିସକୁ ବୁଲିବାକୁ ପଡିଛି

Rape

gang raped

Advertisment

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ମାଉସୀ ଘରକୁ ଯାଉଥିବା ସମୟରେ ୩ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗରଫ କରି ନାହିଁ। ମହିଳାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳରେ ବୋଲି ଜଣାଯାଇଛି। ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି।

Advertisment

ଗତ ବୁଧବାର ଦିନ ମହିଳା ଜଣଙ୍କ ମୟୂରଭଞ୍ଜରୁ ବସ୍‌ ଯୋଗେ ସୋସୋ ଥାନା ଅଞ୍ଚଳରେ ଥିବା ମାଉସୀ ଘରକୁ ସଂପର୍କୀୟ ଭାଇଙ୍କ ସହ ଆସିଥିଲେ। ଗାଡ଼ିରୁ ଓହ୍ଳାଇ ଭାଇ ଓ ଭଉଣୀ ଚାଲିଚାଲି ଆସୁଥିବା ବେଳେ ଅଧାବାଟରେ ତାଙ୍କ ସମ୍ପର୍କୀୟ ଭାଇ ପାଖ ଦୋକାନକୁ କିଛି ଜିନିଷ ଆଣିବାକୁ ଯାଇଥିଲେ। ମହିଳା ଜଣଙ୍କ ଆଗେ ଆଗେ ଚାଲି ଚାଲି ଆସୁଥିଲେ। ଏହି ସମୟରେ ୩ଜଣ ଯୁବକ ମହିଳାଙ୍କୁ ଦେଖି ଖରାପ ଇଙ୍ଗିତ କରିଥିଲେ। ପରେ ତାଙ୍କୁ ସେଠାରୁ ଅପହରଣ କରି ନେଇଥିଲେ। ସମ୍ପର୍କୀୟ ଭାଇ ଆସି ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। କିଛିସମୟ ପରେ ମହିଳା ଜଣଙ୍କ ଫେରିଥିଲେ। ତାଙ୍କୁ ଯୁବକମାନେ ଅପହରଣ କରି ଗଣ ଦୁଷ୍କର୍ମ କରିଥିବା ପରିବାର ଲୋକଙ୍କ ପାଖରେ କହିଥିଲେ। ଏନେଇ ପରିବାର ଲୋକେ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ଦୁଃଖର କଥା ହେଉଛି, ମହିଳାଙ୍କ ଡାକ୍ତରୀ ମାଇନା ପାଇଁ ଗତକାଲି ଏ ମେଡ଼ିକାଲରୁ ସେ ମେଡ଼ିକାଲ୍‌କୁ ପୁଲିସକୁ ବୁଲିବାକୁ ପଡିଛି । ପ୍ରଥମେ ମହିଳାଙ୍କୁ ଦିନ୧୧ଟା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସୋସୋରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ୪୦ କିଲୋମିଟର ଦୂର ହେବ। ହେଲେ ସେଠାରେ ମହିଳାଙ୍କର ଡାକ୍ତରୀ ମାଇନା ହୋଇନଥିଲା।

Advertisment

ଏହି ମାମଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍ ଅଧିନରେ ଆସୁନଥିବାରୁ ଶାଳଣିଆ ମେଡ଼ିକାଲକୁ ଯିବାକୁ ମେଡିକାଲ ପକ୍ଷରୁ କୁହାଯାଇଥିଲା । ସେଠାରୁ ପୁଲିସ ମହିଳାଙ୍କୁ ଶାଳଣିଆ ମେଡ଼ିକାଲକୁ ନେଇ ଆସିଥିଲା। ଏହି ମେଡିକାଲଟି ଆନନ୍ଦପୁରରୁ ୪୨ କିମି ହେବ। ହେଲେ ସେହି ମେଡ଼ିକାଲରେ କୌଣସି ସୁବିଧା ନଥିବାରୁ ଡାକ୍ତରୀ ମାଇନା ହୋଇପାରିନଥିଲା। ପୁଣି ଥରେ ମହିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇ ରାତି ପ୍ରାୟ ୯ଟାରେ ଡାକ୍ତରୀ ମାଇନା କରି ସୋସୋ ପୁଲିସ ଫେରିଥିଲା। ତେବେ ଏଭଳି ଅବ୍ୟବସ୍ଥା ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କିମ୍ବା ଶାଳଣିଆ ମେଡ଼ିକାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe