Advertisment

ବସ୍ ଉପରେ ଖସିଲା ଲୁହା ପଥର ବୋଝେଇ ଟ୍ରକ୍‌

ଆନନ୍ଦପୁର(ମୁନା ସିଂ): ମୁଣ୍ଡ ଉପରେ ଖସିଲା ମୃତ୍ୟୁ। ହେଲେ ସୌଭାଗ୍ୟବଶଃତ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ।  ଏପରି ଅଭାବନୀୟ ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ୍‌। ହେଲେ ଏହି ଦୁର୍ଘଟଣାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।     ସୂଚନା ଅନୁଯାୟୀ, ଆଜି ସକାଳେ ‘ପଦ୍ମାବତୀ’  ନାମକ ବସ୍‌ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ […]

author-image
Niharika Rout
ଅଦ୍ୟତନ ହୋଇଛି
ବସ୍ ଉପରେ ଖସିଲା ଲୁହା ପଥର ବୋଝେଇ ଟ୍ରକ୍‌

bus-1

ଆନନ୍ଦପୁର(ମୁନା ସିଂ): ମୁଣ୍ଡ ଉପରେ ଖସିଲା ମୃତ୍ୟୁ। ହେଲେ ସୌଭାଗ୍ୟବଶଃତ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ।  ଏପରି ଅଭାବନୀୟ ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ୍‌। ହେଲେ ଏହି ଦୁର୍ଘଟଣାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।    

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ ‘ପଦ୍ମାବତୀ’  ନାମକ ବସ୍‌ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଉକ୍ତ ସମୟରେ ବସ୍‌ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବସ୍‌ଟି ଆନନ୍ଦପୁର ଅତିକ୍ରମ କରୁଥିବା ବେଳେ  NH-୨୦ର ଶାଳପଡ଼ା ଓଭର ବ୍ରିଜ୍‌ ଉପରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିଲା।

[caption id="attachment_620490" align="aligncenter" width="650"]Accident ଟ୍ରକ୍‌ଟି ବସ୍‌ ଉପରେ ପଡ଼ି ରହିଛି।[/caption]

Advertisment

ମାତ୍ର ହଠାତ୍‌ ଟ୍ରକ୍‌ଟି ଭାରସାମ୍ୟ ହରାଇ ବସ୍‌ ଉପରେ ଖସି ପଡ଼ିଥିଲା। ଟ୍ରକ୍ ପଡ଼ି ବସ୍‌ଟି ଖଣ୍ଡବିଖଣ୍ଡ ହୋଇଥିଲେ ବି କୌଣସି ଯାତ୍ରୀଙ୍କର କ୍ଷତି ଘଟିନାହିଁ। ବସ୍‌ରେ ଥିବା ୨ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖ‍ବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।