Advertisment

ହାଇୱା ଧକ୍କାରେ ମାମୁ-ଭଣଜା ମୃତ

ମାମୁ-ଭଣଜା ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

Bike

Bike

Advertisment

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ତଡୁଆବାହାଳ ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥରେ ହାଇୱା ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି ।

Advertisment

ମୃତକ ଦ୍ୱୟ ହେଉଛନ୍ତି ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଅଞ୍ଚଳର ବିଜୁ କାରୁଆ ଓ ତାଙ୍କ ମାମୁ ବାବୁ କାରୁଆ ।

ଉଭୟ ଏକ ବାଇକ ଯୋଗେ ରିମୁଳି ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ ତଡୁଆବାହାଳ ନିକଟରେ ପଛପଟୁ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

Advertisment

ଦୁର୍ଘଟଣା ପରେ ହାଇୱାଟି ଫେରାର ହୋଇଯାଇଥିଲା। ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଇଥିଲେ। ରିମୁଳି ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

Accident Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe