Advertisment

ଘର ଅଗଣାରେ ବସିଥିଲେ, ହଠାତ୍‌ ଜେଜେ ମା’ ଓ ନାତିକୁ ନେଇଗଲା ଯମ

କେନ୍ଦୁଝର( ପ୍ରଣୟ କୁମାର ପାଣି): ମୃତ୍ୟୁ ବି ଏମିତି ଆସେ। କେନ୍ଦୁଝର ସଦର ଥାନା ୨୦ନମ୍ବର ଜାତ଼ୀୟ ରାଜପଥ ବାଙ୍କମାରୁଣୀ ସାହି ନିକଟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘର ଅଗଣାରେ ବସିଥିବା ଜେଜେ ମା’ ଓ ନାତିଙ୍କ ଉପରେ ମାଡ଼ିଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାଙ୍କମାରୁଣୀ ଗ୍ରାମର ସୁମିତ୍ରା ମହାନ୍ତ ଓ ୧ ବର୍ଷର ନାତି ଶୁଭମ ମହାନ୍ତ। ଆଜି ସଂଧ୍ୟାରେ କେନ୍ଦୁଝର ପଟୁ ଯୋଡ଼ା ଅଭିମୁଖେ ଯାଉଥିବା […]

author-image
Tapas Behera
ଅଦ୍ୟତନ ହୋଇଛି
ଘର ଅଗଣାରେ ବସିଥିଲେ, ହଠାତ୍‌ ଜେଜେ ମା’ ଓ ନାତିକୁ ନେଇଗଲା ଯମ  

57

କେନ୍ଦୁଝର( ପ୍ରଣୟ କୁମାର ପାଣି): ମୃତ୍ୟୁ ବି ଏମିତି ଆସେ। କେନ୍ଦୁଝର ସଦର ଥାନା ୨୦ନମ୍ବର ଜାତ଼ୀୟ ରାଜପଥ ବାଙ୍କମାରୁଣୀ ସାହି ନିକଟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘର ଅଗଣାରେ ବସିଥିବା ଜେଜେ ମା’ ଓ ନାତିଙ୍କ ଉପରେ ମାଡ଼ିଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାଙ୍କମାରୁଣୀ ଗ୍ରାମର ସୁମିତ୍ରା ମହାନ୍ତ ଓ ୧ ବର୍ଷର ନାତି ଶୁଭମ ମହାନ୍ତ।

Advertisment

ଆଜି ସଂଧ୍ୟାରେ କେନ୍ଦୁଝର ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।  ଫଳରେ ଶୁଭମ ଓ ସୁମିତ୍ରା ଗୁରୁତର ହୋଇ ପଡ଼ିଥିଲେ।

ତୁରନ୍ତ ସେମାନଙ୍କୁ ୧୦୮ ଆମ୍ବୂଲାନ୍ସରେ କେନ୍ଦୁଝରମେଡ଼ିକାଲ ପଠାଯାଇଥିଲା। ସେଠାରେ ଚ଼ିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ଼ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚ଼ଳାଇଛି। ଉଭୟଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment
Accident Roadaccident