Advertisment

ଚାଳାଣ ବେଳେ ହାତୀ ଦାନ୍ତ ତସ୍କରକୁ ମାଡ଼ି ବସିଲା ବନ ବିଭାଗ

ଶୁକ୍ରବାରଠାରୁ କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ହାତୀ ଦାନ୍ତ ତସ୍କରଙ୍କ ପିଛା କରିଥିଲା। ଆଜି ଅପରାହ୍ନରେ ହାତୀ ଦାନ୍ତ ନେଇ ଯାଉଥିବା ବିଳାସ ମାଙ୍କିଡ଼ିଆକୁ ୨୦ ନମ୍ୱର ଜାତୀୟ ରାଜପଥର ମେଲାଣ ଗାଁ ନିକଟରେ ମାଡ଼ି ବସିଥିଲା।

author-image
Manoranjan Sial
Keonjha

Keonjha

ହାତୀ ଦାନ୍ତ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ଏହି ମାମଲାରେ ଜଣେ ହାତୀ ଦାନ୍ତ ତସ୍କରକୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବୋଲି କେନ୍ଦୁଝର ଡିଏଫ୍‌ଓ ସୂଚନା ଦେଇଛନ୍ତି।

Advertisment

ଘଟଗାଁ ରେଞ୍ଜରୁ ହାତୀ ଦାନ୍ତ ଚୋରାଣ ହେଉଥିବା ନେଇ ବନ ବିଭାଗ ବିଶେଶ ସୂତ୍ରରୁ ପାଇଥିଲା। ଶୁକ୍ରବାରଠାରୁ କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ହାତୀ ଦାନ୍ତ ତସ୍କରଙ୍କ ପିଛା କରିଥିଲା। ଆଜି ଅପରାହ୍ନରେ ହାତୀ ଦାନ୍ତ ନେଇ ଯାଉଥିବା ବିଳାସ ମାଙ୍କିଡ଼ିଆକୁ ୨୦ ନମ୍ୱର ଜାତୀୟ ରାଜପଥର ମେଲାଣ ଗାଁ ନିକଟରେ ମାଡ଼ି ବସିଥିଲା। ବନ ବିଭାଗ ତା’ଠାରୁ ୮ ଖଣ୍ଡ ହୋଇଥିବା ୨ଟି ହାତୀ ଦାନ୍ତ ଜବତ କରିଥିଲା।

ହାତୀ ଦାନ୍ତ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ବିଳାସ ମାଙ୍କିଡ଼ିଆଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶ କେନ୍ଦୁ ମୁଣ୍ଡି ଗାଁରେ। ତା’ଠାରୁ ଜବତ ହୋଇଥିବା ଦାନ୍ତ ଦୁଇଟିର ଓଜନ ୧୦ କିଲୋରୁ ଅଧିକ ହେବ। ଏଭଳି କାର୍ଯ୍ୟ ପଛରେ ଏକ ବଡ଼ ରାକେଟ କାମ କରୁଥିବା ନେଇ ବନବିଭାଗ ଜାଣିବାକୁ ପାଇଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚଡି କହିଛନ୍ତି।

Advertisment

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Keonjhar Elephant Trafficking