୨୮ ବର୍ଷ ବିତିଲାଣି, ହେଲେ ସରୁନି ବିଜୁ ବାବୁଙ୍କ ସ୍ୱପ୍ନର ପ୍ରୋଜେକ୍ଟ

କରଞ୍ଜିଆ( ଦୀପକ କୁମାର ମହାନ୍ତ): ୨୮ ବର୍ଷ ବିତିଲାଣି । ହେଲେ ସରୁନି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଦେଓ ନଦୀବନ୍ଧ ପ୍ରୋଜେକ୍ଟ । ୫୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ନଦୀବନ୍ଧ ଯୋଜନାର ବ୍ୟୟ ଅଟକଳ  ଏବେ ୯୦୦କୋଟିରେ ପହଞ୍ଚିଲାଣି । ହେଲେ କାମ ସରିବାର ନାଁ ଧରୁନି । ଏବେ କାମ ସମ୍ପୂର୍ଣ୍ଣ ହେବାରେ ବାଧକ ସାଜିଛି ବିସ୍ଥାପନ ସମସ୍ୟା । ସେପଟେ ଆସନ୍ତା ଜୁନ୍ ସୁଦ୍ଧା ପ୍ରକଳ୍ପ କାମ […]

6901

6901

Tapas Behera
  • Published: Sunday, 21 February 2021
  • Updated: 21 February 2021, 05:31 PM IST

Sports

Latest News

କରଞ୍ଜିଆ( ଦୀପକ କୁମାର ମହାନ୍ତ): ୨୮ ବର୍ଷ ବିତିଲାଣି । ହେଲେ ସରୁନି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଦେଓ ନଦୀବନ୍ଧ ପ୍ରୋଜେକ୍ଟ । ୫୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ନଦୀବନ୍ଧ ଯୋଜନାର ବ୍ୟୟ ଅଟକଳ  ଏବେ ୯୦୦କୋଟିରେ ପହଞ୍ଚିଲାଣି । ହେଲେ କାମ ସରିବାର ନାଁ ଧରୁନି । ଏବେ କାମ ସମ୍ପୂର୍ଣ୍ଣ ହେବାରେ ବାଧକ ସାଜିଛି ବିସ୍ଥାପନ ସମସ୍ୟା । ସେପଟେ ଆସନ୍ତା ଜୁନ୍ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

ଦେଓ ନଦୀବନ୍ଧ ଯୋଜନା  ୧୯୯୨ ମସିହାରେ ଏହି ପ୍ରକଳ୍ପକୁ ଆରମ୍ଭ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।  ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୯ହଜାର ୯୦୦ହେକ୍ଟର ଚାଷ ଜମିରେ ଜଳସେଚନ ଏବଂ କରଞ୍ଜିଆବାସୀଙ୍କୁ ପାନୀୟ ଜଳଯୋଗାଣ ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଏହି ଯୋଜନା  । ୫୨ କୋଟି ଟଙ୍କାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ବଜେଟ୍ ଏବେ ୯୦୦ କୋଟିକୁ ଛୁଇଁଲାଣି । ହେଲେ ୨୮ ବର୍ଷ ପରେ ବି ଏହା ସମ୍ପୂର୍ଣ୍ଣ ହୋଇପାରିନି । ପ୍ରକଳ୍ପର ୭୦ ପ୍ରତିଶତ କାମ ସରିଥିଲେ ବି ଅଡୁଆ କରୁଛି ବିସ୍ଥାପନ ସମସ୍ୟା ।  ଡ୍ୟାମ ନିକଟର ୪ଟି ଗାଁର ଲୋକଙ୍କୁ ବିସ୍ଥାପନ କରାଯାଇପାରିନି ।  ଆବଶ୍ୟକ କ୍ଷତିପୂରଣ ନ ମିଳିଲେ ଜାଗା ଛାଡିବୁ ନାହିଁ ବୋଲି କହିଛନ୍ତି ବିସ୍ଥାପିତ ହେବାକୁ ଥିବା ଲୋକ।

ଦେଓ ନଦୀବନ୍ଧ ଯୋଜନାରେ ୯୬୦ ପରିବାରଙ୍କୁ ବିସ୍ଥାପନ କରିବା ଯୋଜନା ଥିଲା  । ଏମାନଙ୍କ ମଧ୍ୟରୁ ୨୦୦ପରିବାରକୁ ଥଇଥାନ କରି  ପ୍ରାପ୍ୟ ପ୍ରଦାନ କରାଯାଇଛି । ହେଲେ ବାକି  ୭୬୦ ପରିବାରଙ୍କୁ  ନା ମିଳଛି କ୍ଷତିପୂରଣ ନା କରାଯାଇଛି ଥଇଥାନ । ସେପଟେ ବିସ୍ଥାପିତଙ୍କୁ ନିଜ ଗାଁରେ ଥଇଥାନକୁ ବିରୋଧ କରୁଛନ୍ତି ନିକଟବର୍ତ୍ତୀ ପାଉଦିଆଗାଁର ବାସିନ୍ଦା  । ଅନ୍ୟପକ୍ଷରେ ସବୁ ସମସ୍ୟା ଉପରେ ନଜର ରଖାଯାଇଛି  । ଖୁବ ଶୀଘ୍ର ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରିଛନ୍ତି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସାଂସଦ ଚନ୍ଦ୍ରାଣି ମୁର୍ମୁ।

ଏହି ପ୍ରକଳ୍ପକୁ ଆସନ୍ତା ଜୁନ୍ ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏପରିକି ନିଜେ ଜଳସମ୍ପଦ ସଚିବ ପ୍ରକଳ୍ପ ସ୍ଥଳ ବୁଲି କାମର ସମୀକ୍ଷା କରିଛନ୍ତି।  ଏବେ ଅସ୍ଥାୟୀ ନଦୀବନ୍ଧରେ ପାଣିକୁ ଅଟକ ରଖାଯାଇଥିବା ବେଳେ କେନାଳ କାମ ଜୋରସୋରରେ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story