Advertisment

କେନ୍ଦୁଝର ଗସ୍ତରେ ଆସି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ

Union Tribal Affairs Minister

Union Tribal Affairs Minister

Advertisment

କେନ୍ଦୁଝର ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ସେ ମଣ୍ଡଳ ସ୍ତରୀୟ ସମ୍ମିଳନୀରେ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

Advertisment

କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ସକାଳେ ପାଟଣାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ବୈତରଣୀ ନଦୀ କୂଳରେ ଥିବା ପରମେଶ୍ୱର ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଥିଲେ। ତା’ପରେ ଆନନ୍ଦେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେଠାରେ ସେ ପାଟଣା ନିକଟସ୍ଥ କଲ୍ୟାଣ ମଣ୍ଡପରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇଥିଲେ।

ବୁଦ୍ଧିଜୀବୀ ସମ୍ମିଳନୀ ସରିବା ପରେ ମନ୍ତ୍ରୀ ଶ୍ରୀ ମୁଣ୍ଡା ସଅଁରାପଶିଠାରେ ଆୟୋଜିତ ମଣ୍ଡଳ ସ୍ତରୀୟ ଶକ୍ତି ତ୍ରିଦେବ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଇଥିଲେ। ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ କହିଥିଲେ। ଏଥିସହ ସମସ୍ତ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଯାହା ଆଗାମୀ ନିର୍ବାଚନରେ ଦଳକୁ ଫାଇଦା ପହଞ୍ଚାଇବ ବୋଲି ଶ୍ରୀ ମୁଣ୍ଡା କହିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ,ପୃଥ୍ୱୀରାଜ କୁଅଁରଙ୍କ ସମେତ ବିଜେପିର ଛାମୁଆଁ ନେତାମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅଣୁ ପ୍ରାଣୀତ ହୋଇ ଅନ୍ୟ ଦଳ ଛାଡି ଦମାହୁଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବାନୀ ଚାମ୍ପିଆ ବିଜେପିରେ ଯୋଗଦେଇଥିଲେ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି। ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି। ରାଜ୍ୟରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ଗରିବ କଲ୍ୟାଣ ଯୋଜନାରେ ୩ କୋଟି ୨୯ ଲକ୍ଷ ଲୋକ ଲାଭ ପାଉଛନ୍ତି ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।

Bjp Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe