Advertisment

ଏମଆରଟି ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତିି ଜବତ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ପୂର୍ବ ନେସ୍କୋ ଏବଂ ବର୍ତ୍ତମାନର ଟିପିଏନଲ ଇଲେକ୍ଟ୍ରିକ ବିଭାଗ ଏମଆରଟି ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଏକ କାଳୀନ କେନ୍ଦୁଝର ସହର କାଶୀପୁର ସ୍ପଞ୍ଜ କଲୋନୀ ସ୍ଥିତ ବାସଭବନ, ରିମୂଳି ସ୍ଥିତ ଶ୍ୱଶୂର ଘର, ଘଟଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପାଟଣା […]

ଏମଆରଟି ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତିି ଜବତ

vigilance

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ପୂର୍ବ ନେସ୍କୋ ଏବଂ ବର୍ତ୍ତମାନର ଟିପିଏନଲ ଇଲେକ୍ଟ୍ରିକ ବିଭାଗ ଏମଆରଟି ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ହୋଇଛି।

Advertisment

ଏକ କାଳୀନ କେନ୍ଦୁଝର ସହର କାଶୀପୁର ସ୍ପଞ୍ଜ କଲୋନୀ ସ୍ଥିତ ବାସଭବନ, ରିମୂଳି ସ୍ଥିତ ଶ୍ୱଶୂର ଘର, ଘଟଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପାଟଣା ପୈତୃକ ବାସଭବନ ଏବଂ ସେଠାରେ ଥିବା ଭାଇଙ୍କ ଘର ଏବଂ କେନ୍ଦୁଝର କାର୍ଯ୍ୟାଳୟରେରେ ଏହି ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଚଢ଼ାଉରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଡିଭିଜନ ଭିଜିଲାନ୍ସ ଟିମର ଜଣେ ଏଏସପି, ୨ ଡିଏସପି ଓ ଛଅ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ବର୍ତ୍ତମାନ ଯାଏ ତାଙ୍କ ନିକଟରୁ ୪ଟି ପ୍ଲଟ, ଦୁଇଟି ଦୁଇ ମହଲା ବିଶିଷ୍ଟ କୋଠା ଘର, ଯାହାର ମୂଲ୍ୟ ଏକ କୋଟି ୧୦ ଲକ୍ଷ ଟଙ୍କା ହେବ। ୨୪.୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୨୪ ଲକ୍ଷ ଟଙ୍କାର ଇନ୍‌ସ୍ୟୁରାନ୍ସ ୩ ଲକ୍ଷର ସୁନା ଗହଣା ଓ ତିନୋଟି ମୋଟର ସାଇକଲ ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe