Advertisment

ରାସ୍ତା ନାହିଁ କି ପାଣି ନାହିଁ, ଭୋଟ୍ ଦେବୁ କ’ଣ ପାଇଁ?

କେନ୍ଦୁଝର (ପ୍ରଣୟ କୁମାର ପାଣି): ରାସ୍ତା ନାହିଁ, ପାଣି ନାହିଁ। ଭୋଟ ଦେବୁ କଣ ପାଇଁ? ଏପରି ନାରା ଦେଇ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମଣ୍ଡୁଆ ପଞ୍ଚାୟତ ଶିବଶଙ୍କର ସାହି ବାସିନ୍ଦା। ଭୋଟ ବର୍ଜନ ନିଷ୍ପତ୍ତିର ଏକ ପୋଷ୍ଟର ମଧ୍ୟ ଗାଁ ମଝିରେ ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି। ସାହିରେ ଶତାଧିକ ପରିବାର କାହିଁ କେତେକାଳୁ ବସବାସ କଲେଣି। କିନ୍ତୁ ଗାଁକୁ ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାସ୍ତା ନାହିଁ କି ପାଣି ନାହିଁ, ଭୋଟ୍ ଦେବୁ କ’ଣ ପାଇଁ?

keonjhar

କେନ୍ଦୁଝର (ପ୍ରଣୟ କୁମାର ପାଣି): ରାସ୍ତା ନାହିଁ, ପାଣି ନାହିଁ। ଭୋଟ ଦେବୁ କଣ ପାଇଁ? ଏପରି ନାରା ଦେଇ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମଣ୍ଡୁଆ ପଞ୍ଚାୟତ ଶିବଶଙ୍କର ସାହି ବାସିନ୍ଦା। ଭୋଟ ବର୍ଜନ ନିଷ୍ପତ୍ତିର ଏକ ପୋଷ୍ଟର ମଧ୍ୟ ଗାଁ ମଝିରେ ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି।

Advertisment

ସାହିରେ ଶତାଧିକ ପରିବାର କାହିଁ କେତେକାଳୁ ବସବାସ କଲେଣି। କିନ୍ତୁ ଗାଁକୁ ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଗାଁରେ ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ରହିଛି। ଯାହା ସମସ୍ତଙ୍କୁ ପାଣି ଯୋଗାଇବାରେ ଅସମର୍ଥ। ଏଣୁ ଏମାନେ ସାଇ ପଡ଼ିଶାଙ୍କ ଉପରେ ନିର୍ଭର କରି ଚଳୁଛନ୍ତି। ପ୍ରତ୍ୟେକ ନିର୍ବାଚନରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପାଇ ଭୋଟ ଦିଅନ୍ତି। କିନ୍ତୁ ନିର୍ବାଚନ ପରେ ଅବସ୍ଥା ଓ ସମସ୍ୟା ଯେଉଁଠି କି ସେଇଠି।

ସବୁବେଳେ ନିର୍ବାଚନରେ ଭୋଟ ଦେଇ ସରପଞ୍ଚ ୱାର୍ଡ ମେମ୍ବରଙ୍କୁ ଜିତାଉଛନ୍ତି। କିନ୍ତୁ ସମସ୍ୟା ସମାଧାନ ହେଉନାହିଁ। ତେଣୁ ଚଳିତ ନିର୍ବାଚନରେ ସାହିବାସୀ ଭୋଟ ଦାନରୁ ବିରତ ରହିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଗାଁରେ ରାସ୍ତା ନାହିଁ କି ପାଣି ନାହିଁ। ତେଣୁ ଭୋଟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଯାହାର ଉତ୍ତର ଏବେ ନିର୍ବାଚିତ ପ୍ରତିନିଧି, ଆଶାୟୀ ପ୍ରାଥୀ ଓ ପ୍ରଶାସନକୁ ମତଦାନ ପୂର୍ବରୁ ଦେବାକୁ ହେବ। ଅନ୍ୟଥା ଭୋଟ ଦାନରୁ ବିରତ ରହିବେ ଏମାନେ।

Advertisment

ସ୍ଥାନୀୟ ବାସିନ୍ଦା ରଜନୀ ଦାଶ କହିଛନ୍ତି, ଆମେ ଏଠାରେ ୨୦ ବର୍ଷ ଧରି ରହିଲୁଣି। କିନ୍ତୁ ଗାଁରେ ଭଲ ରାସ୍ତା ଖଣ୍ଡିଏ ନାହିଁ। ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏ ନେଇ ଆମେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଛୁ, ତଥାପି ସେମାନେ ଶୁଣୁନାହାନ୍ତି। ଯଦି ପ୍ରଶାସନ ଆମ କଥା ଶୁଣିବେନି, ତାହେଲେ ଆମେ କାହିଁକି ଭୋଟ୍ ଦେବୁ। ତେଣୁ ଭଲ ରାସ୍ତା ନହେବା ଯାଏ ଆମେ ଭୋଟ୍ ଦେବୁ ନାହୁଁ ବୋଲି ରଜନୀ କହିଛନ୍ତି।

Odisha Panchayat Election 2022