Advertisment

ନିର୍ଦ୍ଦେଶକୁ ଖାତିର ନାହିଁ; ପଞ୍ଚାୟତ ସାଙ୍ଗକୁ ପୌର ନିର୍ବାଚନରେ ବି ଭୋଟ ଦେଲେ ବ୍ୟକ୍ତି

କେନ୍ଦୁଝର(ପ୍ରଣୟ ପାଣି): ଏକରୁ ଅଧିକ ସ୍ଥାନରେ ଭୋଟ ଦେଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏପରି ଘୋଷଣା ସତ୍ତ୍ୱେ କେନ୍ଦୁଝରଗଡ଼ ପୌରପାଳିକାର ୧୨ ନଂ  ୱାର୍ଡର କାଉନସିଲର ପାର୍ଥି ଇଂ କରୁଣାକର ମାରାଣ୍ଡି ଏହି ନିର୍ଦ୍ଦେଶକୁ  ବେଖାତିର କରିଥିବା ଅଭିଯୋଗ ଆଣିଛି ବିଜେପି । ଅଭିଯୋଗ ଅନୁଯାୟୀ, କରୁଣାକରଙ୍କ ପତ୍ନୀ ପାନମଣି ମାରାଣ୍ଡି ଗତ ପଂଚାୟତ ନିର୍ବାଚନରେ କେନ୍ଦୁଝର ସାହରପଡା ବ୍ଲକ ଦିଗପଶି ପଂଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା […]

author-image
Niharika Rout
ଅଦ୍ୟତନ ହୋଇଛି
ନିର୍ଦ୍ଦେଶକୁ ଖାତିର ନାହିଁ; ପଞ୍ଚାୟତ ସାଙ୍ଗକୁ ପୌର ନିର୍ବାଚନରେ ବି ଭୋଟ ଦେଲେ ବ୍ୟକ୍ତି

keon

କେନ୍ଦୁଝର(ପ୍ରଣୟ ପାଣି): ଏକରୁ ଅଧିକ ସ୍ଥାନରେ ଭୋଟ ଦେଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏପରି ଘୋଷଣା ସତ୍ତ୍ୱେ କେନ୍ଦୁଝରଗଡ଼ ପୌରପାଳିକାର ୧୨ ନଂ  ୱାର୍ଡର କାଉନସିଲର ପାର୍ଥି ଇଂ କରୁଣାକର ମାରାଣ୍ଡି ଏହି ନିର୍ଦ୍ଦେଶକୁ  ବେଖାତିର କରିଥିବା ଅଭିଯୋଗ ଆଣିଛି ବିଜେପି ।

Advertisment

ଅଭିଯୋଗ ଅନୁଯାୟୀ, କରୁଣାକରଙ୍କ ପତ୍ନୀ ପାନମଣି ମାରାଣ୍ଡି ଗତ ପଂଚାୟତ ନିର୍ବାଚନରେ କେନ୍ଦୁଝର ସାହରପଡା ବ୍ଲକ ଦିଗପଶି ପଂଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ସେହି ପଂଚାୟତ ଭୋଟର ତାଲିକାରେ କରୁଣାକରଙ୍କ ଭୋଟର କ୍ରମିକ ନଂ-୨୧ ଥିବାବେଳେ ସେ ପଂଚାୟତ ନିର୍ବାଚନରେ ନିଜ ମତ ସାଵସ୍ତ୍ୟ କରିଥିଲେ ।

ଚଳିତ ପୌର ନିର୍ବାଚନରେ କରୁଣାକର କେନ୍ଦୁଝରଗଡ଼ ପୌରପାଳିକାର ୧୨ ନଂ  ୱାର୍ଡରେ ବିଜେଡି ପକ୍ଷରୁ ପାର୍ଥି ପତ୍ର ଦାଖଲ କରିଥିଲେ । ଏନେଇ ବିଜେପି ପକ୍ଷରୁ ପ୍ରତିବାଦ କରି ତାଙ୍କର ପାର୍ଥିପତ୍ର ଖାରଜ କରିବାକୁ ବିଜେପି କେନ୍ଦୁଝର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲା। କିନ୍ତୁ କେନ୍ଦୁଝର ନିର୍ବାଚନ ଅଧିକାରୀ ଏହାକୁ କର୍ଣ୍ଣପାତ କରିନଥିଲେ । ପ୍ରାର୍ଥୀପତ୍ର ଦାଖଲ  ସମୟରେ କରୁଣାକର ତାଙ୍କର  ଭୋଟକ୍ରମିକ ୧୩ ନଂ ୱାର୍ଡର ୭୧୫ ଥିବା ଦର୍ଶାଇ ଥିଲେ ।  ଗତକାଲି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସେ ଭୋଟ ମଧ୍ୟ ଦେଇଥିବା ବିଜେପି ଅଭିଯୋଗ କରି ଏହାର ଭିଡ଼ିଓ ଜାରି କରିଛି ।

Advertisment

ନିର୍ବାଚନ କମିଶନଙ୍କ ନିର୍ଦେଶକୁ ବେଖାତିର କରି କରୁଣାକର କିପରି ୨ ଟି ସ୍ଥାନରେ ଭୋଟ ଦେଲେ ସେ ନେଇ ବିଜେପି ଜିଲ୍ଲା ସଭାପତି ଅଭିଯୋଗ କରିବାସହ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଏନେଇ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି  ଅଂଶୁମାନ ବର୍ମା ମହାନ୍ତ କହିଛନ୍ତି, କରୁଣାକର ମାରାଣ୍ଡିଙ୍କ ପତ୍ନୀ ସରପଞ୍ଚ ପଦ ପାଇଁ ଲଢ଼ି ହାରିଥିଲେ। ଏଥିରେ କରୁଣାକର ଭୋଟ ଦେଇଥିଲେ। ଏହାପରେ ପୁଣି ଥରେ ପୌର ନିର୍ବାଚନରେ ବି ଭୋଟ ଦେଲେ। ତେଣୁ ସେ କିପରି ଭୋଟ ଦେଲେ ଏହାତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ନିର୍ବାଚନ ଅଧିକାରୀ ଯାଞ୍ଚ ଦିନ କାହିଁକି ତାଙ୍କ ନାଁ କାଟିଲେ ନାହିଁ ତାହାର ଉତ୍ତର ଦାବି କରୁଛୁ।