Advertisment

ଚମ୍ପୁଆର ୨ଟି ବୁଥ୍‌ରେ ଉତ୍ତେଜନା, ଘଣ୍ଟାଏ ମତଦାନ ବନ୍ଦ

ଚମ୍ପୁଆ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ଉପସ୍ଥିତିରେ ବୁଥ୍‌ରେ ଜୋରଜବରଦସ୍ତି ଭାବେ ପ୍ରବେଶ କଲେ ବାହାର ଲୋକ । ଏପରିକି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ । ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତ ୨୩ ଓ ୨୫ ନମ୍ବର ବୁଥ୍‌ରେ ପୁଲିସ୍‌ ଉପସ୍ଥିତିରେ ଏସବୁ ଘଟଣା ଘଟି ଚାଲିଥିଲା। ହେଲେ  ପୁଲିସ୍‌ ସାଜିଥିଲା ନୀରବଦ୍ରଷ୍ଟା।  ଏଥିଯୋଗୁ  ଉଭୟ ବୁଥ୍‌ରେ ପ୍ରବଳ ହୋହଲ୍ଲା ହେବା ସହ ଉତ୍ତେଜନା ଦେଖାଦେଇଥିଲା । […]

ଅଦ୍ୟତନ ହୋଇଛି
ଚମ୍ପୁଆର ୨ଟି ବୁଥ୍‌ରେ ଉତ୍ତେଜନା, ଘଣ୍ଟାଏ ମତଦାନ ବନ୍ଦ

tension situation

Advertisment

ଚମ୍ପୁଆ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ଉପସ୍ଥିତିରେ ବୁଥ୍‌ରେ ଜୋରଜବରଦସ୍ତି ଭାବେ ପ୍ରବେଶ କଲେ ବାହାର ଲୋକ । ଏପରିକି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ । ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତ ୨୩ ଓ ୨୫ ନମ୍ବର ବୁଥ୍‌ରେ ପୁଲିସ୍‌ ଉପସ୍ଥିତିରେ ଏସବୁ ଘଟଣା ଘଟି ଚାଲିଥିଲା। ହେଲେ  ପୁଲିସ୍‌ ସାଜିଥିଲା ନୀରବଦ୍ରଷ୍ଟା।  ଏଥିଯୋଗୁ  ଉଭୟ ବୁଥ୍‌ରେ ପ୍ରବଳ ହୋହଲ୍ଲା ହେବା ସହ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ କେନ୍ଦୁଝର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣି ଭୋଟିଂ କାର୍ଯ୍ୟ ଶେଷ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତ ୨୩ ଓ ୨୫ ନମ୍ବର ବୁଥ୍‌ରେ ଆଜି ସକାଳୁ ମତଦାନ ଚାଲିଥିଲା। ଏହି ସମୟରେ କିଛି ବାହାର ଲୋକ ବୁଥ୍‌ରେ ଜବରଦସ୍ତ ପଶିଥିଲେ। ସେମାନଙ୍କ ମଧ୍ୟରେ ଲକ୍ଷ୍ମଣ ମହାନ୍ତ ନାମକ ବ୍ୟକ୍ତି ପୁଲିସ୍‌ ସହ ବୁଥ୍‌ ଭିତରକୁ ଯାଇଥିଲେ। ଏପରିକି ଲକ୍ଷ୍ମଣ ବଡବିଲ ମ୍ୟୁନିସିପାଲଟି ଅଞ୍ଚଳର ଲୋକ ହୋଇଥିବା ବେଳେ ୨୩ ଓ ୨୫ ନମ୍ବର ବୁଥ୍‌ରେ କିପରି ଅବାଧରେ ପ୍ରବେଶ କଲେ ତାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଲା। ଏପରିକି ସେ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଲୋକଙ୍କୁ ପ୍ରଲୋଭିତ କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପ୍ରତିବାଦରେ ଉକ୍ତ ୨ ବୁଥ୍‌ରେ ମତଦାନ ପ୍ରାୟ ଘଣ୍ଟାଏ କାଳ ବନ୍ଦ ରହିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ପି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହାପରେ ଭୋଟିଂ କାର୍ଯ୍ୟ ସରିଥିବା ଏସ୍‌ପି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe