Advertisment

ଯୁବକଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡା ପୌରପାଳିକା ୫ନଂ ୱାର୍ଡ ଆଜାଦବସ୍ତି ଅଞ୍ଚଳରେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମୃତ ବୁଦ୍ଧୁରାମ ସିରିକା ମୁଣ୍ଡାଙ୍କ ସହ ପଡୋଶୀ ମାନି ମୁଣ୍ଡା ଓ ଶିବ ମୁଣ୍ଡା କୌଣସି କାରଣ ନଥାଇ ବିବାଦର ସୂତ୍ରପାତ କରି ଗଣ୍ଡଗୋଳ ସୃଷ୍ଟି କରିଥିଲେ। […]

ଯୁବକଙ୍କୁ ପଥରରେ ଛେଚି ହତ୍ୟା

murder

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡା ପୌରପାଳିକା ୫ନଂ ୱାର୍ଡ ଆଜାଦବସ୍ତି ଅଞ୍ଚଳରେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମୃତ ବୁଦ୍ଧୁରାମ ସିରିକା ମୁଣ୍ଡାଙ୍କ ସହ ପଡୋଶୀ ମାନି ମୁଣ୍ଡା ଓ ଶିବ ମୁଣ୍ଡା କୌଣସି କାରଣ ନଥାଇ ବିବାଦର ସୂତ୍ରପାତ କରି ଗଣ୍ଡଗୋଳ ସୃଷ୍ଟି କରିଥିଲେ।

Advertisment

ଗଣ୍ଡଗୋଳ ପାଟିତୁଣ୍ଡ ଚାଲୁଥିବା ସମୟରେ ଲଦର ମୁଣ୍ଡା, ମାନି ମୁଣ୍ଡା ଓ ଶିବ ମୁଣ୍ଡା ମୃତ ବୁଦ୍ଧୁରାମଙ୍କ ଘରେ ପଶି ପଥରରେ ଆକ୍ରମଣ କରି ଛେଚି ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ। ତେବେ ସ୍ଥାନୀୟ ଲୋକ ଓ ପାଖ ପଡୋଶୀ ହତ୍ୟାକାରୀ ଦୁଇଭାଇଙ୍କୁ କାବୁ କରି ପୁଲିସର ଜିମା ଦେଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଭାଇ ଲଦର ମୁଣ୍ଡା ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା।

ଖବର ପାଇ ଘଟଣା ସ୍ଥଳରେ ଯୋଡା ଥାନା ଅଧିକାରିଣୀ ପଦ୍ମାଳୟା ସାହୁ ପହଞ୍ଚି ହତ୍ୟାକାଣ୍ଡର କାରଣ ଖୋଜୁଥିବା ବେଳେ ବସ୍ତିବାସିନ୍ଦାଙ୍କ କବଳରୁ ଦୁଇଭାଇଙ୍କୁ ଥାନାକୁ ନେଇଥିଲେ। କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି, ତାକୁ ନେଇ ବିଭିନ୍ନ ଦିଗରୁ ଛାନଭିନ୍ କରୁଥିବା ପଲିସ ସୂଚନା ଦେଇଛି।

Advertisment

ମୃତ ବୁଦ୍ଧୁରାମଙ୍କ ସ୍ତ୍ରୀ ସରସ୍ୱତୀ ସିରିକା ମୁଣ୍ଡା ଜଣେ ଦିନ ମଜୁରିଆ ମହିଳା ଶ୍ରମିକ ଭାବେ କାର୍ଯ୍ୟ କରୁଥିବାରୁ କାମ କରିବା ନିମନ୍ତେ ସେ ବାହାରକୁ ଯାଇଥିଲେ। ଘରେ ତାଙ୍କର ୪ଟି ସନ୍ତାନ ଦାଣ୍ଡରେ ଖେଳୁଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe