Advertisment

ନବୀନଙ୍କୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ୍ ଟିକା ପାଇଁ ଏକଜୁଟ ହେବେ କି ଅଣବିଜେପି ଶାସିତ ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କୋଭିଡ୍ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଥିବାବେଳେ କୋଭିଡ୍ ଟିକା ଅଭାବ ଏବେ ଚିନ୍ତାରେ ପକାଇଛନ୍ତି। ଏଭଳି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ୧୧ଟି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ମାଗଣା କୋଭିଡ୍ ଟିକା ଯୋଗାଇ ଦେବା ନିମନ୍ତେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରସ୍ତାବ ଦେଇଛନ୍ତି । […]

author-image
Ordigital Desk
ଅଦ୍ୟତନ ହୋଇଛି
୩୪ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା 'କାଳିଆ' ଟଙ୍କା, ଇସାରାରେ କେନ୍ଦ୍ରକୁ ଟାର୍ଗେଟ

CM Naveen Patnaik

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କୋଭିଡ୍ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଥିବାବେଳେ କୋଭିଡ୍ ଟିକା ଅଭାବ ଏବେ ଚିନ୍ତାରେ ପକାଇଛନ୍ତି। ଏଭଳି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ୧୧ଟି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ମାଗଣା କୋଭିଡ୍ ଟିକା ଯୋଗାଇ ଦେବା ନିମନ୍ତେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରସ୍ତାବ ଦେଇଛନ୍ତି ।

Advertisment

ଶ୍ରୀ ବିଜୟନ୍ ଦୁଇ ପୃଷ୍ଠାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କୁ ମାଗଣା ଟିକାକରଣ ନିମନ୍ତେ କୋଭିଡ୍ ଟିକା କ୍ରୟ କରିବାର ନିଜର ଦାୟିତ୍ୱ ଓ ସଂଘୀୟ ସହଭାଗିତାର ଭାବନାରୁ କେନ୍ଦ୍ର ସରକାର ଓହରି ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାର କିଭଳି ତୁରନ୍ତ ଟିକା କ୍ରୟ କରି ସମସ୍ତ ରାଜ୍ୟକୁ ଦେବେ ସେ ନେଇ ମିଳିତ ଭାବେ ଚାପ ପକାଇବାର ସମୟ ଏବେ ଆସିଛି ।

କେନ୍ଦ୍ର ସରକାର ନିଜେ କୋଭିଡ୍ ଟିକା କ୍ରୟ କରି ସେଗୁଡ଼ିକ ମାଗଣାରେ ରାଜ୍ୟଗୁଡ଼ିକ ଯୋଗାଇ ଦିଅନ୍ତୁ, ଯାହାଫଳରେ ତାହା କମ୍ ଖର୍ଚ୍ଚରେ ସମ୍ଭବପରହେବ ବୋଲି ଶ୍ରୀ ବିଜୟନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କୋଭିଡ୍ ଟିକା କ୍ରୟ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମିଳିତ ଚାପ ପକାଇବାର ଆବଶ୍ୟକତା ରହିଛି ।

Advertisment

ଏବେ କୋଭିଡ୍ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ନିଜର ଆର୍ଥିକ ଫାଇଦା ପାଇଁ ଟିକା ଯୋଗାଣର ଅଭାବ ପରିସ୍ଥିତି ସୃଷ୍ଟି କରୁଥିବାବେଳେ ବିଦେଶୀ କମ୍ପାନୀଗୁଡ଼ିକ କୋଭିଡ୍ ଟିକା ଯୋଗାଣ ନେଇ ରାଜ୍ୟଗୁଡ଼ିକ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁନାହାନ୍ତି । ତେଣୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଲାଇସେନ୍ସ ବିକଳ୍ପକୁ ଚୟନ କରିବାର ଆବଶ୍ୟକତା ରହିଛି । ଯଦି ରାଜ୍ୟଗୁଡ଼ିକ ଉପରେ କୋଭିଡ୍ ଟିକା କ୍ରୟର ସମସ୍ତ ଆର୍ଥିକ ବୋଝ ରୁହେ ତା’ହେଲେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯିବ ।

ଏବେ ମାତ୍ର ଦେଶର ୩.୧ ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ୍ ଟିକା ଦିଆଯାଇଛି । ତେଣୁ ଅଧିକ ସଂଖ୍ୟାରେ ସାମୁହିକ ଟିକାକରଣ ନହେବା ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ହାର୍ଡ ଇମ୍ୟୁନିଟି ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ । ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି ଓ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଚିତ୍ । ଯାହାଫଳରେ କେନ୍ଦ୍ର ସରକାର ଟିକା କ୍ରୟ କରି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ପାରିବେ ଓ ଏହି ମହାମାରୀ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ।

Covid Vaccine Covid Management