Advertisment

ଖଣି, ଶିଳ୍ପ ଓ ରାଜସ୍ୱ ବିଭାଗ ଚଳିତବର୍ଷ ହେବ ମୁଖ୍ୟ ଚ୍ୟାଲେଞ୍ଜ

ଭୁବନେଶ୍ୱର: ରାଜ୍ୟ ଖଣି, ଶିଳ୍ପ ଓ ରାଜସ୍ୱ ବିଭାଗ ଗତବର୍ଷ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିଲା। ପୋସ୍କୋ ଓ ବେଦାନ୍ତ ଶିଳ୍ପ ବିଭାଗର ଚିନ୍ତା ବଢ଼ାଇଥିବା ବେଳେ, ନୂଆ ଏମ୍ଡିଏମଆର ଆକ୍ଟ ଅନୁସାରେ ଖଣି ନିଲାମ ଖଣି ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏଣେ ଉତ୍କଟ ମରୁଡ଼ି ସ୍ଥିତି ରାଜସ୍ୱ ବିଭାଗ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଥିଲା। ଚଳିତବର୍ଷ ଏସବୁ ବିଭାଗକୁ ସ୍ଥିତି ସୁଧାରିବା ପାଇଁ ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ପଡିବ। ଶିଳ୍ପ କ୍ଷେତ୍ର […]

ଅଦ୍ୟତନ ହୋଇଛି
ଖଣି, ଶିଳ୍ପ ଓ ରାଜସ୍ୱ ବିଭାଗ ଚଳିତବର୍ଷ ହେବ ମୁଖ୍ୟ ଚ୍ୟାଲେଞ୍ଜ

khani

Advertisment

ଭୁବନେଶ୍ୱର: ରାଜ୍ୟ ଖଣି, ଶିଳ୍ପ ଓ ରାଜସ୍ୱ ବିଭାଗ ଗତବର୍ଷ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିଲା। ପୋସ୍କୋ ଓ ବେଦାନ୍ତ ଶିଳ୍ପ ବିଭାଗର ଚିନ୍ତା ବଢ଼ାଇଥିବା ବେଳେ, ନୂଆ ଏମ୍ଡିଏମଆର ଆକ୍ଟ ଅନୁସାରେ ଖଣି ନିଲାମ ଖଣି ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏଣେ ଉତ୍କଟ ମରୁଡ଼ି ସ୍ଥିତି ରାଜସ୍ୱ ବିଭାଗ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଥିଲା। ଚଳିତବର୍ଷ ଏସବୁ ବିଭାଗକୁ ସ୍ଥିତି ସୁଧାରିବା ପାଇଁ ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ପଡିବ।

Advertisment

ଶିଳ୍ପ କ୍ଷେତ୍ର ୨୦୧୫ରେ ଅନେକ ଆହ୍ୱାନର ସାମ୍ନା କରିଥିଲା। ସର୍ବବୃହତ୍ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବ ଥିବା ପୋସ୍କୋ, ପାରାଦୀପ ପ୍ରକଳ୍ପରୁ ଓହରିଯିବା ନେଇ ଚର୍ଚ୍ଚା ହେଲା। ସେହିପରି ବେଦାନ୍ତ ପାଇଁ ସମସ୍ୟା ପାଲଟିଥିଲା କଞ୍ଚାମାଲ ଯୋଗାଣ। ତେବେ ଶିଳ୍ପ କ୍ଷେତ୍ରକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି ଆଣିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା, ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁର, ଚଳିତବର୍ଷ ବିଭାଗ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। ସେହିପରି ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ କରିଡର୍, ଇଣ୍ଡଷ୍ଟ୍ରିଆଲ ପାର୍କ ଓ ଇସ୍ପାତ ନିର୍ଦ୍ଦେଶାଳୟ କେମିତି କାର୍ଯ୍ୟକାରୀ ହେଉଛି ତା ଉପରେ ମଧ୍ୟ ନଜର ରହିବ।

୨୦୧୫ରେ ଖଣି ବିଭାଗ ପାଇଁ ଚ୍ୟାଲେଞ୍ଜ କିଛି କମ୍ ନ ଥିଲା। ସଂଶୋଧିତ ଏମ୍ଡିଏମଆର ଆକ୍ଟ ଅନୁସାରେ ଖଣି ନିଲାମୀରେ ବିଳମ୍ୱ ଓ ଡିଷ୍ଟ୍ରିକ୍ଟ ମିନେରାଲ ଫାଇଣ୍ଡେସନ ବା ଡିଏମଏଫ୍ କାର୍ଯ୍ୟକାରୀ ହୋଇ ନ ପାରିବା ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା। ବର୍ଷ ଶେଷ ବେଳକୁ ଖଣି ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ବିଭାଗ ପାଇଁ କିଛିଟା ଆଶ୍ୱସ୍ତି ଆଣିଛି। ତେବେ ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ବନ୍ଦ ଖଣିକୁ ଚାଲୁ କରିବା, ଲିଜ୍ ଅବଧି ବୃଦ୍ଧି ଓ ଖଣି କ୍ଷେତ୍ରରୁ ରାଜସ୍ୱ ଆଦାୟ ବଢ଼ାଇବା ବିଭାଗ ପାଇଁ ଚଳିତବର୍ଷ ଚ୍ୟାଲେଞ୍ଜ ସୃଷ୍ଟି କରିବ।

Advertisment

ସେହିପରି ବର୍ଷ ୨୦୧୫ରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା ରାଜସ୍ୱ ବିଭାଗକୁ ନେଇ। ମରୁଡ଼ି, ଚାଷୀ ଆତ୍ମହତ୍ୟା ଓ ଇନପୁଟ୍ ସବସିଡ ବଣ୍ଟନ ଏମିତି ଅନେକ ସମସ୍ୟାରେ ଛନ୍ଦି ହୋଇଯାଇଥିଲା ବିଭାଗ। ଏହାସହ ରାଜସ୍ୱ ଆଦାୟ ହ୍ରାସ ବିଭାଗର ଚିନ୍ତା ବଢ଼ାଇ ଦେଇଥିଲା। ତେଣୁ ଚଳିତବର୍ଷ ବିଭାଗ କିଭଳି ଏସବୁ ସମସ୍ୟାର ସାମନା କରୁଛି ତାହା ବଡ଼ ପ୍ରଶ୍ନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe